ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜାଗା ମିଶନ / ବିଜୁ ଆଦର୍ଶ କଲୋନୀ ଯୋଜନା ଅର୍ନ୍ତଗତ ତୃତୀୟ ପର୍ଯ୍ୟାୟରେ ୭୬ ଟି କାର୍ଯାଦେଶ ପ୍ରଦାନ କରାଯାଇଛି । ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ ଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ପ୍ରଦୀପ କୁମାର ସାହୁ ଓ ଅନ୍ୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ବସ୍ତି ମାନଙ୍କରେ ଯଥା ଶିଘ୍ର ପକ୍କା ରାସ୍ତା ଓ ପକ୍ଲା ନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏବେ ସମ୍ବଲପୁରର ଅଟଚକି ପଡା, ସ୍ୱିପର କଲୋନୀ, ତ୍ରିପାଠୀ ପଡା, କେନାଲପଡା, ଗୌଡପାଲି, ଶକ୍ତି ନଗର, ମହାନଦୀ ବ୍ରିଜ, କାଲୁପଡା, ବୃନ୍ଦାବତି ପଡା, ମାଲିପଡା, ଗୁରୁଦ୍ୱାରା ପଡା, ନୁଆବଜାର, ମାଛପଡା, ଖ୍ରୀଷ୍ଟିଆନ ପଡା ଆଦି ଅଞ୍ଚଳରେ ରହିଥିବା ସମୁଦାୟ ୨୮ଟି ବସ୍ତି ଗୁଡିକରେ ୭୬ଟି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ବିଜୁ ଆଦର୍ଶ କଲୋନୀ ସ୍ଥାପିତ ହେବ । ଏଥି ପାଇଁ ସରକାର ୬ କୋଟି ୫୪ ଲକ୍ଷ ୫୯ ହଜାର ୫୪୭ ଟଙ୍କା ଆବଣ୍ଟିତ କରିଛନ୍ତି ବୋଲି କାର୍ଯ୍ୟକ୍ରମରେ ଜିଲାପାଳ ପରିଡା ଓ ନିଗମ ଆୟୁକ୍ତ ସାହୁ ସୂଚନା ଦେଇଥିଲେ ।
Popular Categories



