www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ୍‌ରେ ହେଲେ ମାଲାମାଲ, ଭାରତର ଅତିଧନୀଙ୍କ ସମ୍ପତ୍ତି ୨୦% ବଢ଼ିଛି

ନୂଆଦିଲ୍ଲୀ: କୋଭିଡ୍‌ ଅନେକ ଭାରତୀୟ ଧନୀଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କାରଣ ଏହି ସମୟରେ ଭାରତୀୟ ଅତିଧନୀଙ୍କ ସମ୍ପତ୍ତି ପରିମାଣରେ ୨୦% ବୃଦ୍ଧି ଘଟିଥିବା ଜଣାଯାଇଛି। ଆଇଆଇଏଫ୍‌ଏଲ୍‌ ହୁରୁନ୍‌ ଧନୀ ତାଲିକାନୁଯାୟୀ, ୧୦୦୦ ​କୋଟି ଟଙ୍କାରୁ ଅଧିକ ସମ୍ପତ୍ତିଧାରୀ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୂଚୀ ଅନୁଯାୟୀ, ଚଳିତ ବର୍ଷ ୧୦୦୦ ​କୋଟି ଟଙ୍କାରୁ ଅଧିକ ସମ୍ପତ୍ତିଧାରୀ ଏହି ଧନୀ ବ୍ୟକ୍ତିଙ୍କ ସଂଖ୍ୟାରେ ପୂର୍ବବର୍ଷ ତୁଳନାରେ ୯୪ ବୃଦ୍ଧି ଘଟି ୮୨୮ରେ ପହଞ୍ଚିଛି।

ଏହି ୮୨୮ ଅତି ଧନୀ ବ୍ୟକ୍ତିଙ୍କ ​ମୋଟ ସମ୍ପତ୍ତି ପରିମାଣ ୮୨୧ ବିଲିୟନ୍‌ ଡଲାର (୬୦,୫୯,୫୦୦ କୋଟି ଟଙ୍କା)। ୨୦୧୯ରେ ୧୦୦୦ ​କୋଟି ଟଙ୍କାରୁ ଅଧିକ ସମ୍ପତ୍ତିଧାରୀ ଏହି ଅତିଧନୀଙ୍କ ସମ୍ପତ୍ତି ପରିମାଣ ୧୪୦ ବିଲିୟନ୍‌ ଡଲାର (୧୦,୨୯,୪୦୦ କୋଟି ଟଙ୍କା) ରହିଥିଲା। ଫ୍ଲିପକାର୍ଟର ପୂର୍ବତନ କାର୍ୟ୍ୟନିର୍ବାହୀ ଆମୋଦ ମାଲବ୍ୟ, ସୁଜିତ୍‌ କୁମାର ଏବଂ ବୈଭବ ଗୁପ୍ତା ନିଜର ନୂଆ ଉଦ୍ୟୋଗ ତଥା ବି-ଟୁ-ବି ଇ-କମର୍ସ ପୋର୍ଟାଲ ଉଡାନ୍‌ର ସଫଳତା ପାଇଁ ସମ୍ପତ୍ତିରେ ୨୭୪% ବୃଦ୍ଧି ଘଟାଇଛନ୍ତି। ଉଡାନ୍‌ର ବଜାର ପୁଞ୍ଜି ୨୦୧୯ ଅକ୍ଟୋବରରେ ୨୦,୦୦୦ ​କୋଟି ଟଙ୍କା ରହିଥିବା ବେଳେ ୨୦୨୦ ଫେବୃଆରୀରେ ଏହା ୫୨,୫୦୦ ​କୋଟି ଟଙ୍କାକୁ ବୃଦ୍ଧି ଘଟିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories