www.samajalive.in
Saturday, December 6, 2025
16.1 C
Bhubaneswar

ଏହି ଦୁଇ ରାଜ୍ୟକୁ ମିଳିବ ଅଧିକ କରୋନା ଟୀକା; ମଧୁମେହ ରୋଗୀଙ୍କୁ ବି ଦିଆଯାଇପାରେ ପ୍ରାଥମିକତା

ନୂଆଦିଲ୍ଲୀ: କରୋନା ମହାମାରୀ ଟୀକା ଏଯାଏ ଆସିନାହିଁ । ତଥାପି ଟୀକାକରଣ ଉପରେ ଦେଶବ୍ୟାପୀ ଆରମ୍ଭ ହେଲାଣି ବିତର୍କ । କେଉଁ ରାଜ୍ୟକୁ ଅଧିକ ଟୀକା ଦିଆଯିବ ଓ କାହିଁକି ଦିଆଯିବ ତାହାକୁ ନେଇ ଅନେକ ପ୍ରସଙ୍ଗ ଚର୍ଚାକୁ ଆସିଛି । ସେହିପରି ୫୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ମଧୁମେହ ଶିକାର ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକା ଦିଆଯିବା ନେଇ ମଧ୍ୟ ଚର୍ଚା ଆରମ୍ଭ ହୋଇଛି । ତେବେ କେରଳ ଓ ତାମିଲନାଡ଼ୁକୁ ପ୍ରଥମ ପର୍ଯ୍ୟାୟରେ ଅଧିକ ଟୀକା ଦିଆଯାଇପାରେ ବୋଲି ସୂଚନା ମିଳିଛି ।

ଭାରତରେ ଟୀକାକରଣ ପାଇଁ ସରକାର ୧୬୦ ନିୟୁତ ଟୀକା ଡୋଜ ବୁକ୍ କରିସାରିଛନ୍ତି ଏବଂ ଟୀକାକରଣର ପ୍ରାଥମିକତା କ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଛି। ସ୍ବାସ୍ଥ୍ୟ କର୍ମୀଙ୍କ ସହ ସେନାବାହିନୀର ଜବାନ, ପୁଲିସ, ଅଗ୍ନିଶମ କର୍ମଚାରୀ, ପୌରାଞ୍ଚଳରେ ସଫେି କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରକାର ନିୟମ କରିଛନ୍ତି । ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଟୀକା ଦିଆଯିବ ବୋଲି ସୂଚନା ମିଳିଛି ।

- Advertisement -

ବର୍ତ୍ତମାନ ଏହି ମହାମାରୀରେ ଦେଶରେ ପ୍ରାୟ ୧ କୋଟି ଲୋକ ସଂକ୍ରମିତ ହୋଇଛନ୍ତି ଓ ୧.୪ ଲକ୍ଷ ମୃତ୍ୟୁବରଣ କରିଛନ୍ତି । ତେବେ କେଉଁ ରାଜ୍ୟକୁ କେତେ ଟୀକା ଡ଼ୋଜ୍ ପ୍ରଥମ ପର୍ଯ୍ୟାୟରେ ଦିଆଯିବ ତାହାର ତାଲିକା ପ୍ରସ୍ତୁତ ହୋଇଛି । ସୂଚନା ଅନୁସାରେ ତାମିଲନାଡ଼ୁକୁ ସବୁଠାରୁ ବେଶୀ ଟୀକା ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଯେଉଁ ରାଜ୍ୟରେ ୫୦ ବର୍ଷରୁ ଲୋକଙ୍କ ସଂଖ୍ୟ ଅଧିକ ସେହି ରାଜ୍ୟକୁ ଅଧିକ ଟୀକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ ବୋଲି କୁହାଯାଇଛି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ତାମିଲନାଡ଼ୁ ଏଥିରେ ସବୁଠାରୁ ବେଶୀ ଲାଭବାନ ହେବ । ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଅପେକ୍ଷା ତାମିଲନାଡ଼ୁକୁ ଏଇଥିପାଇଁ ଅଧିକ ଟୀକା ମିଳିବ ଯେ ଏହି ରାଜ୍ୟରେ ୫୦ ବର୍ଷ ବୟସର ଲୋକଙ୍କ ସଂଖ୍ୟା ଅଧିକ । ତାମିଲନାଡ଼ୁର ଲୋକସଂଖ୍ୟା ୭.୬ କୋଟି । ଯାହା ବିହାର ଲୋକସଂଖ୍ୟା ତୁଳନାରେ ୬୦% ଅଧିକ । ଏହାଛଡ଼ା ତାମିଲନାଡ଼ୁର ପ୍ରାୟ ୨୮% ଅର୍ଥାତ୍ ୨ କୋଟି ଲୋକଙ୍କ ବୟସ ୫୦ ବର୍ଷରୁ ଅଧିକ ।

ମାତ୍ର ବିହାରର ଲୋକସଂଖ୍ୟା ମଧ୍ୟରୁ ଯୁବକମାନଙ୍କ ସଂଖ୍ୟା ବେଶୀ । ଯେଉଁ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ବେଶୀ ସେହି ରାଜ୍ୟକୁ ଅଧିକ ଟୀକା ଦିଆଯିବା ଆପାତତଃ ଚୂଡ଼ାନ୍ତ । ଉତ୍ତରପ୍ରଦେଶରେ ଲୋକସଂଖ୍ୟା ଅଧିକ । ମାତ୍ର ଏଠାରେ ୫୦ ବର୍ଷ ବୟସରୁ ଅଧିକ ଲୋକଙ୍କ ସଂଖ୍ୟା ମାତ୍ର ୧୫% । ସେହିପରି ମହାରାଷ୍ଟ୍ରରେ ୩୩% ଲୋକଙ୍କ ବୟସ ୫୦ ବର୍ଷ ବା ଏହାଠାରୁ ଅଧିକ । ତେଣୁ ସେହି ଅନୁପାତରେ ରାଜ୍ୟଗୁଡ଼ିକୁ ଟୀକା ମିଳିବ ବୋଲି ସୂଚନା ମିଳିଛି । ଏହାବ୍ୟତୀତ ମଧୁମେହ, ହାଇପର ଟେନସନ ଭୋଗୁଥିବା ରୋଗୀମାନଙ୍କ ତୁଳନା କରାଗଲେ କେରଳ ମଧ୍ୟ ଅଧିକ ଟୀକା ପାଇବାକୁ ହକଦାର ବୋଲି କୁହାଯାଉଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NHFS) ୨୦୧୯-୨୦  ଅନୁଯାୟୀ, ଦେଶର ଅନ୍ୟ ରାଜ୍ୟଠାରୁ କେରଳରେ ସର୍ବାଧିକ ସଂଖ୍ୟକ ରୋଗୀଙ୍କର ହାଇପର ଟେନସନ୍ ଏବଂ ମଧୁମେହ ରୋଗୀ ଅଛନ୍ତି। ସେଠାରେ୨୫.୩% ପ୍ରତିଶତ ଲୋକ ମଧୁମେହରେ ପୀଡିତ ଥିବାବେଳେ ୧୩.୭%  ପ୍ରତିଶତ ଲୋକ ହାଇପର ଟେନସନରେ ପୀଡିତ ଅଛନ୍ତି।  କିନ୍ତୁ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସରକାର ଏହିପରି ଗୁରୁତର ରୋଗରେ ପୀଡିତ ୫୦ ବର୍ଷ ବୟସର ଲୋକଙ୍କୁୁ ଅଗ୍ରାଧିକାର ଦେବେ।ଉଲ୍ଲେଖନୀୟ କଥା ହେଉଛି, ହାଇପର ଟେନସନ ଏବଂ ମଧୁମେହ ଭଳି ଗୁରୁତର ରୋଗରେ ପୀଡିତ କରୋନା ସଂକ୍ରମିତ ଲୋକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଯାଏ। ଏହି କାରଣରୁ ସରକାର ଟୀକାକରଣକୁ ଅଗ୍ରାଧିକାର ଦେଇ 50 ବର୍ଷରୁ କମ୍ ରୋଗୀଙ୍କୁ ଚତୁର୍ଥ ସ୍ଥାନରେ ରଖିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories