www.samajalive.in
Thursday, December 11, 2025
14.1 C
Bhubaneswar

ପାଖର ପଂଚାୟତରେ କିରୋସିନି ଯୋଗାଣକୁ ନେଇ ଉତ୍ତେଜନା

ଗଡ଼ମଧୁପୁର  : ଯାଜପୁରର ଧର୍ମଶାଳା ବ୍ଲକ ପାଖର ପଂଚାୟତରେ କିରୋସିନି ଉଠାଣ ଓ ଯୋଗାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପାଖର ପଂଚାୟତର ରିଟେଲର ରଘୁନାଥ ପୃଷ୍ଟି ଗତ ସୋମବାର ପାଖର ଗ୍ରାମରେ କିରୋସିନି ବଣ୍ଟନ ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ଗ୍ରାମର କେତେକ ଯୁବକ ଅଟକ ରଖିଥିଲେ। ପରେ ଧର୍ମଶାଳା ପୁଲିସ ଆସି ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଏହି ପଂଚାୟତର ଡିଲର ଭାବରେ ପାଖର ଗ୍ରାମର ଜଗନ୍ନାଥ ବେହେରା କାର୍ୟ୍ୟକରୁଥିଲେ। ସେ କେନ୍ଦୁଝର ବାଂଶପାଳ ବ୍ଲକ ଅନାର ୟୁଜିଏମଇ ସ୍କୁଲରେ ଶିକ୍ଷକତା କରୁଥାଇ ଏହି ଦାଇତ୍ୱ ସମ୍ଭାଳୁଥିବା ଅଭିଯୋଗ ହୋଇଥିଲା। ତେବେ ସେ ଗତ ଜୁନ ମାସରୁ ଡିଲର ଭାବରେ କାର୍ୟ୍ୟକରୁନାହାଁନ୍ତି। ଫଳରେ ତାଙ୍କ ପଖରେ ରହିଥିବା ରାସନ ଉପଭୋକ୍ତା ମାନଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଯୋଗାଣ ବିଭାଗ ଡଙ୍କାରୀ ଗ୍ରାମର ରଘୁନାଥ ପୃଷ୍ଟିଙ୍କୁ ନିଯୁକ୍ତ କରିଛି। କିନ୍ତୁ ପୃଷ୍ଟି ପ୍ରତ୍ୟେକ ଥର ରାସନ ଉଠାଇ ପୁର୍ବ ଡିଲର ଜଗନ୍ନାଥ ବେହେରାଙ୍କ ସହାୟତା ନେଉଥିବା ଏବଂ ରାସନ ଯୋଗାଣରେ ହେରଫେର କରୁଥିବା କିଛି ଲୋକ ଅଭିଯୋଗ କରି ଆସୁଛନ୍ତି।
ସେଦିନ ସେହି ଗ୍ରାମର କେତେକ ଯୁବକ ତାଙ୍କ ପଂଚାୟତ ପାଇଁ କେତେ ପରିମାଣର କିରୋସିନି ଉଠାଯାଇଛି ଏବଂ କେତେ ପରିମାଣର ବଣ୍ଟନ ନିମନ୍ତେ ଆସିଛି ସବୁ ବୁଝି ସାରିବା ପରେ ଅବଶିଷ୍ଟ କିରୋସିନିକୁ ନେଇ ଆପତ୍ତି ଉଠାଇ ଡିଲରଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ। ସନ୍ତୋଷ ଜନକ ଉତ୍ତର ନପାଇବାରୁ ତାଙ୍କୁ ସେଠାରେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହିତ ନବନିଯୁକ୍ତ ଡିଲରକୁ ପୁରାତନ ଡିଲର ଘରକୁ ନେଇ ସେଠାରେ ଅନୁସନ୍ଧାନ କରି ସେଠାରେ ଥିବା ଅବଶିଷ୍ଟ କିରୋସିନି ଉଦ୍ଧାର କରି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଘରେ ରଖିବା ପରେ ପରିଶାନ୍ତ ପଡିଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories