www.samajalive.in
Monday, December 8, 2025
13.1 C
Bhubaneswar

ଏଲଏସିରେ ଚୀନ ସୈନ୍ୟଙ୍କ ସହ କଥା ହେଲେ କିରଣ ରିଜିଜୁ

ସମାଜ ଡିଜିଟାଲ ଡେସ୍କ: ଅରୁଣାଚଳ ପ୍ରଦେଶ ସାଂସଦ ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ ହୋଇଥିବା ଚୀନ ସୈନ୍ୟଙ୍କୁ ଭେଟିଛନ୍ତି। ତାଓ୍ବଙ୍ଗ ଜିଲାରେ ୧୫ ହଜାର ଫୁଟ ଉଚ୍ଚ ବୁମଲାରେ ଭାରତୀୟ ସେନା ଆଉଟପୋଷ୍ଟ ଗସ୍ତ କରିବା ଅବସରରେ ସେ ଚୀନ ସୈନ୍ୟମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଲଦାଖରେ ଦୁଇ ଦେଶ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ପରେ ରିଜିଜୁ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରୀ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି।

ରିଜିଜୁଙ୍କ ସହିତ ଜଣେ ଅନୁବାଦକ ଉପସ୍ଥିତ ଥିଲେ। ଅନୁବାଦକଙ୍କ ଜରିଆରେ ସେ ଚୀନ ସୈନ୍ୟମାନଙ୍କ ସହିତ କଥା ହୋଇଥିଲେ। ଏତେ ପ୍ରତିକୂଳ ପରିବେଶରେ ସେମାନଙ୍କୁ କି ପ୍ରକାର ସହାୟତା ମିଳୁଛି ରିଜିଜୁ ପ୍ରଶ୍ନ କରିଥିଲେ। ଦୀପାବଳି ଅବସରରେ ରିଜିଜୁ ଚୀନ ସୈନ୍ୟଙ୍କୁ ଭେଟିଥିବାରୁ ଏହା ଏକପ୍ରକାର ବନ୍ଧୁତ୍ଵପୂର୍ଣ୍ଣ ସାକ୍ଷାତକାର ଥିଲା। ଏହି ସମୟରେ ସେ ଚୀନ ସୈନ୍ୟମାନଙ୍କୁ ମିଠା ଉପହାର ଦେଇଥିଲେ କି ବୋଲି ପ୍ରଶ୍ନରେ ରିଜିଜୁ କହିଥିଲେ, ଚୀନ ସୈନ୍ୟମାନେ ମିଠାକୁ ପସନ୍ଦ କରନ୍ତି ନାହିଁ। ସେମାନଙ୍କୁ ମିଠା ଭଲ ଲାଗେନାହିଁ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories