କିଟ୍‍ ଓ କିସ୍‍ ପକ୍ଷରୁ ରାଜ୍ୟର ୧୫ଟି ଜିଲାରେ ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ବର: କିଟ୍‍ ଓ କିସ୍‍ ସର୍ବଦା ସମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ଆସିଛି। ମହାମାରୀ ହେଉ କି ପ୍ରାକୃତିକ ଦୁର୍ବିପାକ, କିଟ୍‍ ସର୍ବଦା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଛି। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ କିଟ୍‍ ଓ କିସ୍‍ ପକ୍ଷରୁ ରାଜ୍ୟର କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ଗଜପତି ଆଦି ୧୫ଟି ଜିଲ୍ଲାରେ ନିରାଶ୍ରୟ, ଗରିବ ଓ ନିଃସହାୟ ଲୋକଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ତାଲାବନ୍ଦ ଯୋଗୁଁ ଦୋକାନ ବଜାର ଓ ହୋଟେଲ ଆଦି ବନ୍ଦ ରହୁଥିବାରୁ ଏହି ଲୋକମାନେ ଖାଦ୍ୟ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜିଲ୍ଲା ପ୍ରଶାସନ ସହଯୋଗରେ ବିଭିନ୍ନ ଜିଲ୍ଲାରେ ଥିବା କିଟ୍‍ ଓ କିସ୍‍ର କର୍ମଚାରୀମାନେ ପ୍ରତି ଜିଲ୍ଲା ସଦର ମହକୁମା ଅଞ୍ଚଳରେ ପ୍ରାୟ ୧୫୦ ଜଣ ନିରାଶ୍ରୟ, ଗରିବ ଓ ନିଃସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି।

 

ଭୁବନେଶ୍ୱରରେ ମଧ୍ୟ ୪ଟି ସ୍ଥାନ ବୁଦ୍ଧନଗର ଲେପ୍ରୋସି କଲୋନୀ, ମଞ୍ଚେଶ୍ୱର ଜଗନ୍ନାଥ ଲେପ୍ରୋସି କଲୋନୀ, କେଶରୀନଗର ସ୍ୱପ୍ନାଟ୍ରଷ୍ଟ ଓ ୪୧ ନମ୍ବର ୱାର୍ଡରେ ଥିବା ବ୍ଲାଇଣ୍ଡ ଆସୋସିଏସନ୍‍ରେ କିଟ୍‍ ଓ କିସ୍‍ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ଦୁଇ ଓଳି ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରି କିଟ୍‍ ଓ କିସ୍‍ର କେତେକ କର୍ମଚାରୀ ଭୁବନେଶ୍ୱର ତଥା ରାଜ୍ୟର ୧୫ଟି ଜିଲା ସଦର ମହକୁମାରେ ବଣ୍ଟନ କରାଯାଉଥିବା ରନ୍ଧାଖାଦ୍ୟ ବାବଦ ଖର୍ଚ୍ଚ ବହନ କରୁଛନ୍ତି।

Comments are closed.