www.samajalive.in
Thursday, December 11, 2025
15.1 C
Bhubaneswar

କିଡ଼ନୀ ଗୋଟାକୁ ୩୪ ଲକ୍ଷ; ଏମବିଏ ଛାତ୍ର ଚଳାଉଛି ଆନ୍ତର୍ଜାତିକ ରାକେଟ

କିଡ଼ନୀ ଚୋରି ରାକେଟ ଚଳାଉଥିବା ଜଣେ ୨୫ ବର୍ଷୀୟ ଏମବିଏ ଛାତ୍ର ଗିରଫ ହେବା ପ​‌ରେ ପୁଲିସ ଆନ୍ତର୍ଜାତିକ କିଡ଼ନୀ ଚୋରି ରାକେଟକୁ ଠାବ କରିଛି । ଏହି ରାକେଟ ହାଇଦ୍ରାବାଦରୁ ଆରମ୍ଭ ହୋଇ ଶ୍ରୀଲଙ୍କା ଓ ତୁର୍କୀ ପର୍ଯ୍ୟନ୍ତ ବ୍ୟାପିଛି । ହାଇଦ୍ରାବାଦ ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିବା ପରେ ଏହି ରହସ୍ୟ ପଦାକୁ ଆସିଛି । ଜଣେ ବ୍ୟକ୍ତିଠାରୁ ୩୪ ଲକ୍ଷ ଟଙ୍କା ନେଇ ତାକୁ ଜଣେ କିଡ଼ନୀ ଡ଼ୋନରଙ୍କୁ ଯୋଗାଇ ଦେବାକୁ ସଂପୃକ୍ତ ଏମବିଏ ଛାତ୍ର ବ୍ୟବସ୍ଥା କରିିଥିଲା ।

- Advertisement -

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଯୁବକ ବେଆଇନ ଭାବରେ କିଡ଼ନୀ ବିକ୍ରିରେ ମଧ୍ୟସ୍ଥତା କରୁଥିଲା । ତା ନାମରେ ୨୦୧୯ ମସିହାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗକାରୀ ଦର୍ଶାଇଥିଲେ ଯେ ଅଭିଯୁକ୍ତ ତୁର୍କୀ ଓ ଶ୍ରୀଲଙ୍କାରୁ ନିଜ ବ୍ୟବସ୍ଥାରେ କିଡ଼ନୀ ଯୋଗାଡ଼ କରି ତାଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ୩୪ ଲକ୍ଷ ଟଙ୍କା ତାଙ୍କୁ ଦିଆଯାଇଥିଲା ଏବଂ ପରିବାର ସଦସ୍ୟଙ୍କ ପାସପୋର୍ଟ କପି ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର ଏହାପରେ ଅଭିଯୁକ୍ତ କୌଣସି କାରଣରୁ ଧରାଛୁଆଁ ଦେଇ ନ ଥିଲା ଓ ଫେରାର ହୋଇଯାଇଥିଲା । ଦିନକ ତଳେ ତାଙ୍କୁ ଗିରଫ କରାଯାଇଥିଲା ।

ସୂଚନା ଅନୁସାରେ ଅଭିଯୁକ୍ତ ଆର୍ଥିକ ସମସ୍ୟା ଯୋଗୁଁ କିଛି ବର୍ଷ ପୂର୍ବରୁ ନିଜର ଗୋଟିଏ କିଡ଼ନୀ ବିକ୍ରି କରିଛି । ଶ୍ରୀଲଙ୍କାରେ ଏହି କାରବାର ହୋଇଥିଲା । ସେହି ସମୟରେ ସେ ଡ଼ାକ୍ତରମାନଙ୍କ ସଂସ୍ପର୍ଶରେ ଆସିଥିଲା ଓ ଏହାପରେ ସେ କିଡ଼ନୀ ଆବଶ୍ୟକ କରୁଥିବା ରୋଗୀ ଓ ଡ଼ୋନରଙ୍କ ମଧ୍ୟରେ ମଧ୍ୟସ୍ଥତା ଆରମ୍ଭ କରିଥିଲେ । ସୋସିଆଲ ମିଡ଼ିଆ ଜରିଆରେ ଲୋକମାନଙ୍କୁ ସେ ପ୍ରଲୋଭିତ କରୁଥିଲା । ରୋଗୀଙ୍କଠାରୁ ସେ ଗୋଟିଏ କିଡ଼ନୀ ନିମନ୍ତେ ୩୦ରୁ ୫୦ ଲକ୍ଷ ଟଙ୍କା ଆଦାୟ କରୁଥିବାବେଳେ ଡ଼ୋନର ମାନଙ୍କୁ ଅଳ୍ପ ପଇସା ଦେଉଥିଲା । ଡ଼ୋନର ଠିକ୍ ହେବା ପରେ ସେ ଶ୍ରୀଲଙ୍କା ଓ ତୁର୍କୀରେ ଥିବା ନିଜର ଏଜେଣ୍ଟ ଜରିଆରେ ବିକ୍ରି କରୁଥିଲା । ସେଠାରେ କିଡ଼ନୀ ରୋଗୀ ଡ଼ୋନରମାନଙ୍କ ଯାତାୟତ, ରହିବା, ଖାଇବା ଓ ସର୍ଜରୀ ଖର୍ଚ ବହନ କରୁଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories