ରାଜ୍ୟ ସରକାରଙ୍କ ବିକାଶ ଯାତ୍ରା କାର୍ଯ୍ୟକ୍ରମ
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଓସ୍ବାନ କକ୍ଷରେ ରାଜ୍ୟ ସରକାରଙ୍କ ଫଳପ୍ରସୂ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ସମାବେଶ ଆୟୋଜନ ସମ୍ପର୍କରେ ଆଭାସି ଯୋଗେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ସୂଚନା -ଶିକ୍ଷା–ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ତା୨୦.୦୯.୨୦୨୪ ରୁ୨୨.୦୯.୨୦୨୪ ପର୍ଯ୍ୟନ୍ତ ସମାବେଶ, ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଅନୁସୁଚିତ ଜନଜାତିଓ ଜାତି ଉନ୍ନୟନ ବିଭାଗ/ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ /ମିଶନ ଶକ୍ତି/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ/ ପୂର୍ତ୍ତ ବିଭାଗ /ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ସମନ୍ଵିତ ସହଯୋଗରେ ଏହି କାର୍ଯ୍ୟଗୁଡ଼ିକ ସମାହିତ ହେଵ।
ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଡି ହୋଇଥିଲେ।
ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ଓସ୍ବାନ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣା/ଅତିରିକ୍ତ ଜିଲ୍ଲାପାଳ, ରାଜସ୍ଵ,ସାଫଲ୍ୟ ମଣ୍ଡିତ ପ୍ରଧାନ/ ଅତିରିକ୍ତ ଜିଲାପାଳ ପ୍ରଶାସନ , ପ୍ରତାପ ଚନ୍ଦ୍ର ବେଉରା/ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା/ ଜିଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ / ଜିଲ୍ଲା ସଂସ୍କୃତି ଅଧିକାରୀ,ଚୌଧୁରି ଅରବିନ୍ଦ ଦାସ /ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।
Comments are closed.