www.samajalive.in
Saturday, December 6, 2025
26.1 C
Bhubaneswar

ଖୋର୍ଦ୍ଧା ଜିଲାରେ ୭୪% ଗ୍ରାମ ଗ୍ରୀନ୍‌ ଜୋନ୍,ଆରୋଗ୍ୟ ହାର ବଢୁଛି

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତକରିବା ପାଇଁ ଦିନକୁ ପ୍ରାୟ ୧୫୦୦ କୋଭିଡ୍‌ ଟେଷ୍ଟିଂ କରାଯାଉଛି। ସେଥିପାଇଁ ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାବଳେ ଆରୋଗ୍ୟ ହାର ମଧ୍ୟ ବଢୁଛି ବୋଲି ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ଖୋର୍ଦ୍ଧା ଜିଲାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି। ବିଗତ ୧୪ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲାର ୭୪ ପ୍ରତିଶତ ଗ୍ରାମରୁ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଏହି ଗ୍ରାମଗୁଡ଼ିକୁ ଗ୍ରୀନ୍ କାଟାଗୋରୀ ଜୋନ୍‌ରେ ରଖାଯାଇଛି। ଯେଉଁ ସ୍ଥାନରୁ ସଂକ୍ରମଣ ହାର ବଢୁଛି ସେହି ଅଞ୍ଚଳକୁ ରେଡ୍ କାଟାଗୋରୀ ଜୋନ୍‌ରେ ରଖାଯାଇଛି।
କରୋନା ପରିଚାଳନା ଏବଂ ଟେଷ୍ଟିଂ ନେଇ ଖୋର୍ଦ୍ଧା ଜିଲାରେ ଏବେ ୨୨ ଟିମ୍ କାର୍ଯ୍ୟ କରୁଛନ୍ତି। ସିଡିଏମଓ ଅଫିସରେ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories