www.samajalive.in
Monday, December 8, 2025
17.1 C
Bhubaneswar

ଚିକିତ୍ସା ପାଇଁ ଗୋଡ କାଢିଲେନି, ଆଖି ବୁଜିଦେଲେ ଅଭି

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକର ପିଙ୍ଗଲମୁଣ୍ଡା ଗ୍ରାମ। ଏହି ଗ୍ରାମର ଅଭି ପୋଡୱାଲ ନାମକ ଜଣେ ୪୨ ବର୍ଷୀୟା ମହିଳା କିଛିଦିନ ତଳେ ସଂକ୍ରମତି ହେବା ଜଣାପଡିଥିଲା। ଖପ୍ରାଖୋଲ ଡାକ୍ତରଖାନା ପକ୍ଷରୁ ତାଙ୍କର ଚିକିତ୍ସା କରାଯାଇ ତାଙ୍କୁ ଔଷଧ ଖାଇବାକୁ ଦିଆଯାଇଥିଲା। ଗୁରୁବାର ତାଙ୍କର ଅବସ୍ଥା ଗୁରୁତର ହୋଇପଡିବାରୁ ଡାକ୍ତରଖାନା କର୍ତୃପକ୍ଷ ତାଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନସ ପଠାଇଥିଲେ। ମାତ୍ର ସେ ସିଧାସଳଖ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଯେତେବେଳେ ତାଙ୍କୁ ଅଧିକ ବାଧ୍ୟ କରାଗଲା ସେ କହିଲେ ମୁଁ ମଲେ କେହି ଦାୟୀ ରହିବେ ନାହିଁ। ମୁଁ ଲେଖିଦେବି ବୋଲି କହିଥିଲେ। ଶନିବାର ଅପରାହ୍ନରେ ତାଙ୍କର ଘରେ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। କରୋନା ଲକ୍ଷଣ ପ୍ରକାଶ ପାଉଥିବା ତଥା ଜ୍ୱରରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପାଇଁ ଆଶା, ଅଙ୍ଗନୱାଡି କର୍ମୀ ଘର ଘର ବୁଲି ସର୍ଭେ କରୁଛନ୍ତି। ମାତ୍ର ଅନେକ ସ୍ଥାନରେ ଅସୁସ୍ଥ ବ୍ୟକ୍ତିମାନେ ସର୍ଭେକାରୀଙ୍କୁ ଅସହଯୋଗ କରୁଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।

ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଆଶା, ଅଙ୍ଗନୱାଡି କର୍ମୀମାନେ ତାଙ୍କ ନିଜ ନିଜ ଗ୍ରାମରେ ସର୍ଭେ କରୁଥିବା ଜଣାପଡିଛି। ଏହି ଅବସରରେ ଜ୍ୱର, କାଶ, ଥଣ୍ଡା ଆଦି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଉଥିଲା ବେଳେ କେତେକ ପରାମର୍ଶ ନମାନି ପ୍ରାଣ ହରାଉଥିବା ଜାଣିବାକୁ ମିଳିଛି। ଏହି ବ୍ଲକ ଅନ୍ତର୍ଗତ ଡମନିମାଲ, ଖୁରିପାଣି ଆଦି ଏକାଧିକ ଗ୍ରାମରେ ଆଗରୁ ଏଭଳି ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗତ ୨ଦିନ ମଧ୍ୟରେ ଏହି ମହିଳାଙ୍କ ସହିତ ଖପ୍‍୍ରାଖୋଲ ବ୍ଲକର ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ଏହି ବ୍ଲକ ଅନ୍ତର୍ଗତ କପସିପାଲି ଗ୍ରାମର ପିଛାଲୁ କୁମ୍ଭାର(୫୫) ସଂକ୍ରମିତ ହୋଇ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଧଣ୍ଡାମୁଣ୍ଡା ବାଞ୍ଜିପାଲି ଗ୍ରାମର ସାଧୁଚରଣ ମେହେର (୬୨) ମାସକ ପୂର୍ବରୁ ସଂକ୍ରମଣ ଚିହ୍ନଟ ହୋଇ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ଏହି ବ୍ଲକର ଲୁହାସିଂହା ପଂଚାୟତରେ ଏବେ ସଂକ୍ରମଣ କମିଥିବା ଜାଣିବାକୁ ମିଳିଛି। ଗତ ୨୪ ତାରିଖରୁ ଏହି ଗ୍ରାମରେ ସର୍ଭେ ଚାଲିଥିବା ବେଳେ ଛଅଦିନ ମଧ୍ୟରେ ଗ୍ରାମର କେହି ହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ନେଇ ସର୍ଭେ କାର୍ଯ୍ୟ କରୁଥିବା ଆଶା କର୍ମୀ ସରୋଜୀନି ମେହେର ଏବଂ ସହକାରୀ ଅଙ୍ଗନୱାଡି କର୍ମୀ ଯମୁନା ଭୁଏ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories