www.samajalive.in
Monday, December 8, 2025
20.1 C
Bhubaneswar

ବାଇଗଣ ଗାଡିରେ ଗଞ୍ଜେଇ ଚାଲାଣ, ୫ ଗିରଫ

ବୌଦ୍ଧ: ତାଲାବନ୍ଦର ସୁଯୋଗ ନେଇ ଜିଲାରେ ଗଞ୍ଜେଇ ଚାଲାଣକାରୀମାନେ ସକ୍ରିୟ ହୋଇଛନ୍ତି। ଦୁଇ ଦିନ ତଳେ ଭୁବନେଶ୍ୱର ନମ୍ବର ଥିବା ଏବଂ ସୁନ୍ଦରଗଡ ପ୍ରଶାସନର କୋଭିଡ ପାଶ ଥାଇ ପ୍ରେସ ଲେଖା ଯାଇଥିବା ଏକ ଗାଡିରେ ଗଞ୍ଜେଇ ଚାଲାଣ ବେଳେ କଣ୍ଟାମାଳ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲା। କିନ୍ତୁ ଥାନାରୁ ଗିରଫ ଗାଡି ଡ୍ରାଇଭର ଫେରାର ମାରିବାପରେ ଦୁଇଦିନ ହେଲା କଣ୍ଟାମାଳ ପୋଲିସ ଅଭିଯୁକ୍ତର କୌଣସି ସୂଚନା ନପାଇ ଅନ୍ଧାରରେ ବାଡି ବୁଲାଉ ଥିବା ବେଳେ ଆଜି ବାଉଁଶୁଣୀ ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ କ।ମାଳ ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ବାଇଗଣ ବୋଝେଇ ବଲେରୋ ପିକ-ଅପ୍‍(ନଂ-ଡବ୍ଲୁବି ୯୫ ୧୬୯୪)ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ସାହାଜପାଲ ନିକଟରେ ଗାଡିକୁ ଅଟକାଇ ବାଉଁଶୁଣି ଥାନା ପୁଲିସ ଯା କରିଥିଲା। ଯା ବେଳେ ଗାଡିରୁ ୪୦.୨ କିଲୋ ଓଜନର ଗଞ୍ଜେଇ ଉଦ୍ଧାର ହେବା ସହ ମାମଲାରେ ୫ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ରାଜ୍ୟର ହୋଇଥିବାବେଳେ ତାଲାବନ୍ଦର ସୁଯୋଗ ନେଇ ସେମାନେ ବୌଦ୍ଧଜିଲାରୁ ପରିବା ବୋଝେଇ ଗାଡିରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ରାମନଗର ଥାନା ବରେଇପୁରର ହସନ୍‍ ସର୍ଦ୍ଦାର(୨୦), ମୋଜାଲିନ୍‍ ସର୍ଦ୍ଦାର(୨୦), ମନ୍ଦିରବଜାର ଥାନା ମାଧପୁରର ବିଶ୍ୱନାଥ ମଣ୍ଡଳ(୨୧), କ୍ରିଷ୍ଣା ବିଶ୍ୱାସ(୨୧) ଓ ବାଗଡିଆର ପଲ୍ଲବ ପରମାଣିକ(୨୧) ରହିଥିବା ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଜିଲାର କେଉଁ ସ୍ଥାନରୁ ଅଭିଯୁକ୍ତମାନେ ଗଞ୍ଜେଇ ସଂଗ୍ରହ କରିଥିଲେ ସେ ସଂପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବାଉଁଶୁଣୀ ଥାନା କେସ ନମ୍ବର ୭୨/୨୧ ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories