ଦେବଗଡ: ଶନିବାର ସଂଧ୍ୟାରେ ଦେବଗଡ ଥାନା ଅନ୍ତର୍ଗତ କୁରେଁହିବାହାଳ ଗ୍ରାମରେ ଏକ ଚଳନ୍ତା ଲୁହାପଥର ବୋଝେଇ ହାଇୱା ଗାଡିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ତେବେ ଚାଳକ ହାଇୱାଟିକୁ ରାସ୍ତାରେ ଛାଡି ବାହାରକୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଏକ ହାଇୱା ଟ୍ରକ ସୁନ୍ଦରଗଡ ଜିଲା କୋଇଡାରୁ ଲୁହାପଥର ନେଇ ଝାରସୁଗୁଡାର ଭୂଷଣ କାରଖାନାକୁ ଯାଉଥିବା ବେଳେ ସଂଧ୍ୟା ପ୍ରାୟ ୫ଟା ସମୟରେ ଦେବଗଡ ଥାନା ଅନ୍ତର୍ଗତ କୁରେଇଁବାହାଳ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ସର୍ଟସର୍କୀଟ ଯୋଗୁଁ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା।
ଏହାଦେଖି ଚାଳକ ସେହିଠାରେ ହିଁ ଟ୍ରକକୁ ଅଟକାଇ ବାହାରକ ବାହାରି ଆସିବା ସହ ଦମକଳ ବାହୀନିକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ ଦମକଳ ବାହୀନି ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ। ସୂଚନା ପାଇ ଦେବଗଡ ଥାନା ପୁଲିସ ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ସଦଳବଳେ ସେଠାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି।



