ଖଲ୍ଲିକୋଟ- ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଏହା ଘଟଣା ଘଟି। ପିଣ୍ଟୁ ପଲେଇ ନାମକ ଯୁବକ ବାଣ ବିସ୍ଫୋରଣ ପରେ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେ ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣା ପଡିଛି । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।



