www.samajalive.in
Friday, December 12, 2025
17.1 C
Bhubaneswar

ଖାରଗୋନ ହିଂସା- ଏସ୍‌ପିଙ୍କ ଆଗରେ ଖଣ୍ଡା ଦେଖାଇ ଆକ୍ରମଣ ଉଦ୍ୟମ କରିଥିବା ଅପରାଧୀ ଇରଫାନ୍‌କୁ ଗିରଫ କଲା ପୁଲିସ

ଭୋପାଳ – ଖାରଗୋନ ହିଂସାବେଳେ ପୁଲିସ ଅଧୀକ୍ଷକଙ୍କ ଆଗରେ ଖଣ୍ଡା ଦେଖାଇ ଆକ୍ରମଣ କରିବାକୁ ଧମକ ଦେଇଥିବା ଅପରାଧୀକୁ ପୁଲିସ ଗିରଫ କରିଛି। ହିଂସା ସମୟରେ ଏହାକୁ ନିୟନ୍ତ୍ରଣ କରିବାରୁ ଯାଇଥିବା ପୁଲିସ ଏସ୍ପି ସିଦ୍ଧାର୍ଥ ଚୌଧୁରୀଙ୍କୁ ଇରଫାନ୍‌ ଖଣ୍ଡା ଦେଖାଇ ଧମକ ଦେଇଥିଲା । ସେ ତାକୁ କାବୁ କରିବା ପାଇଁ ଯାଉଥିବା ବେଳେ ଇରଫାନ୍‌ର ଆଉ ଜଣେ ସାଙ୍ଗ ଏସ୍‌ପିଙ୍କ ଉପରକୁ ଗୁଳି ଚଳାଇଥିଲା।

ଏପ୍ରିଲ ୧୦ ତାରିଖରେ ରାମ ନବମୀ ଶୋଭାଯାତ୍ରେ ବେଳେ ପଥର ମାଡ ସହ ଦୁଇ ପକ୍ଷ ମୁହାଁ ମୁହିଁ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଏହି ଏସ୍‌ପି ସିଦ୍ଧାର୍ଥ ଚୌଧୁରୀ ହିଂସାକୁ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ ଇରଫାନ୍‌ ଖଣ୍ଡା ଦେଖାଇଥିଲା । ଏହା ସହ ଇରଫାନ୍‌ର ସାଙ୍ଗ ତାଙ୍କ ଉପରକୁ ଗୁଳି ଚଲାଇଥିଲା । ଗୁଳି ଚଳାଇଥିବା ମୋହସିନ୍‌ ବସିମ୍‌କୁ ପୁଲିସ ପୂର୍ବରୁ ଗିରଫ କରିସାରିଛି ।

- Advertisement -

ଇରଫାନ୍‌କୁ ଗିରଫ କରାଯିବା ପରେ ଜେଲ୍‌ ପଠାଇ ଦିଆଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କମାନଙ୍କୁ ପୁଲିସ ଗିରଫକରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ହିଂସାକୁ ନିୟନ୍ତ୍ରଣ କରୁଥିବା ବେଳେ ଗୁଳି ମାଡରେ ପୋଲିସ୍‌ ଏସ୍‌ପି ଆହତ ହୋଇଥିଲା । ଏହାପରେ ଖରଗୌନରେ କର୍ଫ୍ୟୁ ଜାରି କରାଯାଇଥିଲା । ୨୪ ଦିନ ପରେ ଏଠାରୁ କର୍ଫ୍ୟୁ ହଟାଯାଇଥିଲା ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories