www.samajalive.in
Wednesday, December 10, 2025
26.1 C
Bhubaneswar

ସମାଜସେବୀଙ୍କ ପରଲୋକ

କେନ୍ଦୁଝରଗଡ଼: ସଦର ବ୍ଲକ ଶଙ୍କିରୀ ପଞ୍ଚାୟତ ତେରଣ୍ଟି ଗ୍ରାମର ଜିତୁନାଥ ମହାନ୍ତ ୭୦ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନ ୫ଟାରେ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ନିଜ ଗ୍ରାମ ତେରଣ୍ଟିରେ ଲକ୍ଷ୍ମୀପାଟ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ସହ ଉକ୍ତ ବିଦ୍ୟାଳୟରେ କିରାଣୀ ଭାବେ ଚାକିରୀ କରି ଅବସର ପରେ ନିଜକୁ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ କରି ସ୍ଥାନୀୟ ଅଞ୍ଚଳରେ ବେଶ୍‌‌ ଲୋକପ୍ରିୟ ଥିଲେ। ଭାରତୀୟ କିସାନ ସଂଘ ରାଜ୍ୟ ସାଧାରଣ ସମ୍ପାଦକ, ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସକ୍ରିୟ ସଦସ୍ୟ ଏବଂ କୁଡୁମୀ ବିକାଶ ପରିଷଦ କେନ୍ଦୁଝରର ପ୍ରତିଷ୍ଠାତା ଭାବେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଆସିଥିଲେ। ତାଙ୍କର ଅକାଳ ବିୟୋଗ ଖବର ପାଇ ତେରଣ୍ଟିସ୍ଥିତ ବାସଭବନରେ ବହୁ ଶୁଭେଛୁ, ମାନ୍ୟଗଣ୍ୟ ବ୍ୟକ୍ତି, ପୁରାତନ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଘଙ୍କୁ ସମବେଦନା ଜ୍ଞାନପନ କରିଥିଲେ। ମୃତ୍ୟୁ ବେଳକୁ ଶ୍ରୀ ମହାନ୍ତଙ୍କ ସ୍ତ୍ରୀ, ୫ଝିଅ ଓ ଜ୍ୱାଇଁ ଏବଂ ଏକମାତ୍ର ପୁଅ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ନିଜ ଜନ୍ମମାଟିରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ପୁଅ ସନଥ ମୁଖ୍ୟଗ୍ନି ଦେଇଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories