www.samajalive.in
Monday, December 8, 2025
24.1 C
Bhubaneswar

ଚକଦର ଜଳସେଚନ ପ୍ରକଳ୍ପକୁ ତେଲକୋଇବାସୀଙ୍କ ବିରୋଧକୁ କଂଗ୍ରେସର ସମର୍ଥନ 

କେନ୍ଦୁଝରଗଡ଼: ତେଲକୋଇ ସମାକୋଇ ନଦୀ ଉପରେ ପ୍ରସ୍ତାବିତ ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ତେଲକୋଇ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଜିଲା କଂଗ୍ରେସ ଭବନଠାରେ ଶୁକ୍ରବାର ଜିଲା ସଭାପତି ମୋହନ ପରିଡ଼ାଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚକଦର ଜଳସେଚନ ପ୍ରକଳ୍ପକୁ ଦୀର୍ଘବର୍ଷ ଧରି କଂଗ୍ରେସ ବିରୋଧ କରି ଆସୁଥିବାବେଳେ ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ତେଲକୋଇ ଗସ୍ତ କରି ସେଠାକାର ଲୋକଙ୍କ ସହ ଆଲୋଚନା ମାଧ୍ୟମରେ ଚକଦର ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ବୋଲି ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି କଂଗ୍ରେସ ଜିଲା ସଭାପତି ମୋହନ ପରିଡ଼ା।

ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବୈତରଣୀ ନଦୀ ଉପରେ ନିର୍ମାଣାଧିନ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ନେଇ ସରକାରଙ୍କ ଆନ୍ତରିକତା ନଥିବାବେଳେ କେଉଁ ପରିସ୍ଥିତିରେ ଓଡ଼ିଶା ସରକାର ସମାକୋଇ ନଦୀରେ ଚକଦର ଜଳସେଚନ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନେଇ ଅର୍ଥ ବରାଦ କରିବା ଜିଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ରାଜ୍ୟ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଆଲୋକ ମିଶ୍ର ପ୍ରଶ୍ନ କରିଛନ୍ତି। ଜିଲା କଂଗ୍ରେସ ଚକଦର ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହ ଖଣିବହୁଳ କେନ୍ଦୁଝର ଜିଲାର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଜିଲାରେ ଏକ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବିରେ ଖୁବ୍‌‌ ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଲୋକ ମିଶ୍ର ଚେତାବନୀ ଦେଇଛନ୍ତି। କଂଗ୍ରେସ ଦଳର ତେଲକୋଇ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଯୁବନେତା ନିର୍ମଳ ଚନ୍ଦ୍ର ନାୟକ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏହି ପ୍ରକଳ୍ପକୁ ବିରୋଧ କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇ ବ୍ଲକର ଅନେକ ପଞ୍ଚାୟତ ନିଶ୍ଚିହ୍ନ ହେବାସହ ସମଗ୍ର ତେଲେକୋଇ ବ୍ଲକ ଅଞ୍ଚଳବାସୀ ପ୍ରଭାବିତ ହେବାକୁଥିବାରୁ କୌଣସି ପରିସ୍ଥିତିରେ ଚକଦର ପ୍ରକଳ୍ପକୁ କରାଇ ଦିଆଯିବ ନାହିଁ ବୋଲି ନିର୍ମଳ ନାୟକ ସତର୍କ କରାଇ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାଏକ ଉପସ୍ଥିତ ରହିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories