BJD Bijuli 480×75 Mob

କେମ୍ବ୍ରିଜ୍‌ ଆନାଲିଟିକା ସହଯୋଗୀ ଭାରତୀୟ ୱେବସାଇଟ୍‌ ବନ୍ଦ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଲକ୍ଷାଧିକ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ କରିବା ମାମଲାରେ କେମ୍ବ୍ରିଜ୍‌ ଆନାଲିଟିକା (ସିଏ)ର ସହଯୋଗୀ ଭାରତୀୟ ୱେବସାଇଟ୍‌ ପଲ୍ଟିକାଲ ଇଣ୍ଟେଲଜେନ୍ସ କମ୍ପାନୀର ୱେବସାଇଟକୁ ବନ୍ଦ କରିଦିଆଯାଇଛି । ପଲ୍ଟିକାଲ ଇଣ୍ଟେଲଜେନ୍ସ କମ୍ପାନୀ ରାଜନୀତି, ବ୍ୟବସାୟିକ ଏବଂ ସ୍ୱତନ୍ତ୍ର ବ୍ୟକ୍ତିଙ୍କ ପାଇଁ ଡାଟା ମ୍ୟାନେଜମେଣ୍ଟ ଓ ଗବେଷଣାର କାମ କରୁଥିଲା। ତେବେ କେମ୍ବ୍ରିଜ ଆନାଲିଟିକା ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରି ରାଜନୈତିକ ଦଳଗୁଡ଼ିକ ପାଇଁ ପ୍ରଚାର କାର୍ଯ୍ୟ କରୁଥିଲା । ଫେସ୍‌ବୁକ୍‌ର ବିନା ଅନୁମତିରେ ଓ ଗୁପ୍ତରେ ଏପରି କରାଯାଇଥିବା ଫେସ୍‌ବୁକ୍‌ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାପରେ ପଦକ୍ଷେପ ସ୍ୱରୁପ କେମ୍ବ୍ରିଜ୍‌ ଆନାଲିଟିକା ସହ ଅନୁବନ୍ଧିତ ୱେବସାଇଟ ଓ ଅନ୍ୟ କମ୍ପାନୀଗୁଡ଼ିକୁ ସମନ ଜାରି କରାଯାଉଛି କିମ୍ବା ବନ୍ଦ କରିଦିଆଯାଉଛି । ଏ କ୍ରମରେ ପଲ୍ଟିକାଲ ଇଣ୍ଟେଲଜେନ୍ସ କମ୍ପାନୀର ୱେବସାଇଟକୁ ବନ୍ଦ କରିଦିଆଯାଇଛି ।

Leave A Reply