www.samajalive.in
Monday, December 8, 2025
27.1 C
Bhubaneswar

ସତ୍ୟବାଦୀ ସାରସ୍ୱତ ଓ ସାହିତ୍ୟ ସମ୍ମାନ ୨୦୧୮

କଟକ : ବିଶିଷ୍ଟ ସାହିତ୍ୟ ସାଧିକା ଅଧ୍ୟାପିକା ଡକ୍ଟର ଅର୍ଚ୍ଚନା ନାୟକ ଚଳିତ ବର୍ଷର ପ୍ରଥମ ମର୍ୟ୍ୟାଦାଜନକ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଆ ସାହିତ୍ୟରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ବାବଦରେ ଏକଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରାଯିବ।
ଏତଦ୍‌ବ୍ୟତୀତ ପ୍ରବନ୍ଧରେ ଡ. ସୌଦାମିନୀ ନନ୍ଦ, କବିତାରେ ଆଶୁତୋଷ ପରିଡ଼ା ଏବଂ ଗଳ୍ପରେ ଅରବିନ୍ଦ ଦାସ ଚଳିତ ବର୍ଷର ସତ୍ୟବାଦୀ ସାହିତ୍ୟ ସମ୍ମାନ ପାଇବେ। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କାର ଉପାୟନ ପ୍ରଦାନ କରାଯିବ। ଚଳିତବର୍ଷ ଏପ୍ରିଲ ୧ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ପୂର୍ବାହ୍ଣ ୯.୩୦ରେ ଅନୁଷ୍ଠିତ ହେବାକୁଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଅବସରରେ ଏହି କୃତୀ ସାହିତ୍ୟିକମାନଙ୍କୁ ସମ୍ମାନିତ କରାଯିବ।
ଓଡ଼ିଆ ସାହିତ୍ୟ ଜଗତରେ ସ୍ୱଳ୍ପ ସମୟ ମଧ୍ୟରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ କଟକ ଗୋପବନ୍ଧୁ ଭବନ ସ୍ଥିତ ‘ସମାଜ’ ପରିସରରେ ଅନୁଷ୍ଠିତ ଏକ ବୈଠକରେ ଦକ୍ଷ ବିଚାରକମଣ୍ଡଳୀଙ୍କ ଦ୍ୱାରା ଏହି କୃତୀ ସାହିତ୍ୟିକମାନଙ୍କୁ ମନୋନୀତ କରାଯାଇଅଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories