ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୱାଇଏସ୍ଡି ଏହାର ୩୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଆସନ୍ତା ଶନିବାର ପାଳନ କରିବ। ୧୯୮୨ ମସିହାଠାରୁ ସମାଜର ଅନୁସୂଚିତ ଜାତି ଓ ଜନଜାତି, ଗରିବ ଓ ଅବହେଳିତ ବର୍ଗର ଲୋକମାନଙ୍କ ପାଇଁ ଅନବରତ ଭାବେ କାର୍ଯ୍ୟ କରି ଆସୁଥିବା ସିୱାଇଏସ୍ଡି ରାଜ୍ୟର ୧୩ଟି ଆଦିବାସୀ ବହୁଳ ଜିଲାର ପ୍ରାୟ ୪୦ଟି ବ୍ଲକରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ପରିବାରମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟ କରୁଛି। ୩୬ତମ ପ୍ରତିଷ୍ଠା ଦିବସଟି ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ପ୍ରକଳ୍ପ ସ୍ତରୀୟ ସମାରୋହ ମଧ୍ୟ ଆସନ୍ତା ସପ୍ତାହ ବ୍ୟାପୀ ରାଜ୍ୟର କୋରାପୁଟ୍, ମୟୁରଭଞ୍ଜ ଆଦି ଜିଲାରେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବୃଦ୍ଧି କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ଜଣାଶୁଣା ଲେଖକ ଓ ସ୍ତମ୍ବକାର ଡ. ସୁବ୍ରତ୍ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠା ଦିବସର ବକ୍ତୃତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ‘ଓଡିଶାରେ ଆଦିବାସୀ ବିକାଶ’ ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ରାଜ୍ୟ ଆଦିବାସୀ ଗବେଷଣା ଓ ତାଲିମ୍ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଏ.ବି. ଓତାଙ୍କ ସମେତ ୱାଇ ଗିରି ରାଓ, ଚିତ୍ତରଞ୍ଜନ ପାଣି, ଦିନେଶ ବାଲମ୍, ସନ୍ଦୀପ ପଟ୍ଟନାୟକ ଓ ମୀନା ଦାଶମହାପାତ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟର ମହିଳାମାନଙ୍କ ପାଇଁ ଆଦର୍ଶ ଭାବେ ନାରୀ ଶକ୍ତି ପୁରସ୍କାର ୨୦୧୭ ବିଜୟିନୀ ସାବରମତୀଙ୍କୁ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ଅବହେଳିତ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟରତ ସିୱାଇଏସ୍ଡି
Popular Categories



