www.samajalive.in
Tuesday, December 9, 2025
16.1 C
Bhubaneswar

‘ଆପ୍ ସହ ମେଣ୍ଟ ପାଇଁ ରାହୁଲ ମନା କରିଛନ୍ତି’ : ଅରବିନ୍ଦ କେଜରିୱାଲ

ବିଶାଖାପାଟଣା : ଲୋକସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସହିତ ମେଣ୍ଟ କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମନା କରିଥିବା ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ସୋମବାର ସ୍ଥାନୀୟ ବିମାନବନ୍ଦରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କେଜରିୱାଲ କହିଛନ୍ତି ଯେ ନିକଟରେ ସେ ରାହୁଲଙ୍କୁ ଭେଟିଥିଲେ। ସାକ୍ଷାତ କାଳରେ ରାହୁଲ ମେଣ୍ଟ ପାଇଁ ମନା କରିଥିଲେ। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦୀକ୍ଷିତଙ୍କ ଅଭିଯୋଗ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ କେଜରିୱାଲ କହିଛନ୍ତି ଯେ ଆମେ ରାହୁଲଙ୍କୁ ଭେଟିଥିଲୁ। ଶୀଲା ମେଣ୍ଟ ନିଷ୍ପତ୍ତି ନେବା ଲାଗି କ୍ଷମତାଶାଳୀ ନେତା ନୁହନ୍ତି। ଶୀଲା ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ମେଣ୍ଟ ପାଇଁ କେଜରିୱାଲ କେବେହେଲେ ତାଙ୍କୁ କିଛି କହିନାହାନ୍ତି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି ଦିଲ୍ଲୀରେ କଂଗ୍ରେସ ସହିତ ମେଣ୍ଟ କରିବା ଲାଗି କେଜରିୱାଲ ନିବେଦନ କରିଥିଲେ।
ଏହି ପ୍ରସଙ୍ଗରେ ଦିଲ୍ଲୀ କଂଗ୍ରେସର ନେତାଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିଲା। ଆପ ସହ ମେଣ୍ଟ ସପକ୍ଷରେ ଦିଲ୍ଲୀ କଂଗ୍ରେସ ପୂର୍ବତନ ମୁଖ୍ୟ ଅଜୟ ମାକେନ, ସୁଭାଷ ଚୋପ୍ରା, ତାଜେଦାର ବାବର ଓ ଅରବିନ୍ଦ ସିଂହ ଲଭଲି ମତ ଦେଇଥିଲେ। ସେହିପରି ୧୨ଜିଲା କଂଗ୍ରେସ ସଭାପତି, ତିନି ମ୍ୟୁନିସିପାଲ କର୍ପୋରେସନ କାଉନସିଲର ମେଣ୍ଟ ସପକ୍ଷରେ ମତ ଦେଇଥିଲେ। ତେବେ ଶୀଲା ଦୀକ୍ଷିତ ଓ ତିନି କାର୍ଯ୍ୟକାରୀ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ, ରାଜେଶ ଲିଲୋଥିଆ, ହାରୁନ ୟୁସୁଫ ମେଣ୍ଟ ବିରୋଧରେ ମତ ଦେଇଥିଲେ। ତେବେ ମେଣ୍ଟର ଚୂଡାନ୍ତ ନିଷ୍ପତ୍ତି ରାହୁଲଙ୍କ ଉପରେ ଛାଡି ଦିଆଯାଇଥିଲା। ମେ ୧୨ ତାରିଖରେ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ମତଦାନ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories