ନାସାର ଅଭିଯୋଗ: ମହାକାଶରେ ୪୦୦ ଖଣ୍ଡ ହୋଇ ବୁଲୁଛି ଭାରତ ନଷ୍ଟ କରିଥିବା ସାଟେଲାଇଟ୍!
ନୂଆଦିଲ୍ଲୀ . – ମହାକାଶରେ କ୍ଷେପଣାସ୍ତ୍ର ମାଡ କରି ଭାରତ ନଷ୍ଟ କରିଥିବା ସାଟେଲାଇଟ(କୃତ୍ରିମ ଉପଗ୍ରହ) ଏବେ ୪୦୦ ଖଣ୍ଡ ହୋଇ ମହାକାଶରେ ଘୁରି ବୁଲୁଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସୂଚନା ଦେଇଛି । ଏହାଦ୍ୱାରା ମହାକାଶରେ ଥିବା ଗବେଷଣା କେନ୍ଦ୍ର ପ୍ରତି ବିପଦ ଥିବା କଥା ନାସା ପ୍ରକାଶ କରିଛି । ୨୪ ଟି ଖଣ୍ଡ ଆମେରାକିର ମହାକାଶରେ ଥିବା ଗବେଷଣା କେନ୍ଦ୍ରଠାରୁ ଦୂରରେ ରହିଛି ବୋଲି ସୂଚନା ଦିଆଯାଇଛି ।
ଆମେରିକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଖଣ୍ଡ ମହାକାଶ କେନ୍ଦ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି। ଏହି ପରୀକ୍ଷଣ ପୃଥିବୀର ନିମ୍ନ ସ୍ତରରେ କରାଯାଇଥିବାରୁ ବିପଦ ସୃଷ୍ଟି ହୋଇଥିବା ନାସା ସୂଚନା ଦେଇଛି ।
Comments are closed.