www.samajalive.in
Saturday, December 6, 2025
26.1 C
Bhubaneswar

ଡିସେମ୍ବର ସାରାଙ୍କର !

ମୁମ୍ବଇ : ଶୁଟିଂ ଆରମ୍ଭରୁ ବିବାଦ ଭିତରେ ରହିରହି ଶେଷରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲି ଖାନ୍‌ ଅଭିନୀତ ‘କେଦାରନାଥ’। ଏହି ସ୍ଥାନରେ ଘଟିଥିବା ପ୍ରକୃତିର ତାଣ୍ଡବ ଏବଂ ତା’ ମଧ୍ୟରେ ଏକ ପ୍ରେମକାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଛି। ଗୌରୀକୁଣ୍ଡରୁ କେଦାରନାଥ ଯାଏ ୧୪କିଲୋମିଟର ରାସ୍ତା ହିଁ ସିନେମାର ବିଷୟବସ୍ତୁ। ମଙ୍ଗଳବାର ଦିନ ଏହାର ଟିଜର ପ୍ରକାଶ ପାଇବା ପରେ ଏହା ଡିସେମ୍ବର ୭ତାରିଖରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି। ମନ୍‌ସୁର ଏବଂ ମୁକ୍କୁଙ୍କ ପ୍ରେମ କାହାଣୀ ଏଥିରେ ବର୍ଣ୍ଣିତ ଥିବାବେଳେ ମନ୍‌ସୁର ଭୂମିକାରେ ସୁଶାନ୍ତ ଏବଂ ମୁକ୍କୁ ଭୂମିକାରେ ସାରା ଅଭିନୟ କରିଛନ୍ତି। ମନ୍‌ସୁର ଜଣେ ଯାତ୍ରୀ ବହନକାରୀ ପିଠୁ ଶ୍ରମିକ ହୋଇଥିବା ବେଳେ ସେହି ପ୍ରଳୟ ଦିନ ସେଠାରେ ରହିଯାଇଥିବା ଜଣେ ଦର୍ଶନାର୍ଥୀ ଯୁବତୀଙ୍କୁ ସେ ଉଦ୍ଧାର କରିବା ଏବଂ ସେମାନଙ୍କ ମଧ୍ୟରେ ପ୍ରେମକାହାଣୀ ଏଥିରେ ବର୍ଣ୍ଣିତ। ବଲିଉଡ୍‌ରେ ପ୍ରବେଶ କରିବା ଲାଗି ସୈଫ୍‌ କନ୍ୟା ସାରା ‘କେଦାରନାଥ’ ସାଇନ୍‌ କରିଥିବା ବେଳେ ଶୁଟିଂ ସମୟରେ ନିର୍ଦେଶକ ଅଭିଷେକ କପୁର ଏବଂ ନିର୍ମାତ୍ରୀ ପ୍ରେରଣା ଅରୋରାଙ୍କ ମଧ୍ୟରେ ବିବାଦ ହୋଇ ମାମଲା ଅଦାଲତ ପର୍ଯ୍ୟନ୍ତ ଚାଲିଯାଇଥିଲା। ପରେ ଅଦାଲତ ଏହାର ଆପୋଷ ବୁଝାମଣା ଲାଗି ନିର୍ଦେଶ ଦେଇଥିଲେ। ଏକ ସମୟରେ ସିନେମାଟି ବନ୍ଦ ହୋଇଯିବା ପରି ଲାଗିବାରୁ କରନ ଜୋହର ସାରାଙ୍କୁ ସାହାରା ଦେଇ ନିଜ ସିନେମା ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ଭାବେ ନେଇଥିଲେ। ପରେ ନିର୍ମାତା ରନି ସ୍କୃୱାଲା ‘କେଦାରନାଥ’ର ଶୁଟିଂ ଦାୟିତ୍ବ ନେଇ ଏହାକୁ ଆଗକୁ ବଢାଇଲେ। ସେତେବେଳେ ଲାଗୁଥିଲା ସାରାଙ୍କ ପ୍ରଥମ ସିନେମା ଭାବେ ‘ସିମ୍ବା’ ଡିସେମ୍ବର ୨୮ରେ ମୁକ୍ତିଲାଭ କରିବ। ତେବେ ‘କେଦାରନାଥ’ ତା’ ଆଗରୁ ୭ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଇ ଦେଲାଣି। ଯାହା ଜଣାପଡୁଛି, ଏଥର ବଲିଉଡ୍‌ର ଡିସେମ୍ବର ମାସଟି ସାରାଙ୍କ ନାମରେ ଲେଖାହୋଇଯିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories