www.samajalive.in
Monday, December 8, 2025
27.1 C
Bhubaneswar

ବୁଧବାର ଉଦଘାଟନ ହେବ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’

ନୂଆଦିଲ୍ଲୀ : ଲୌହମାନବ ତଥା ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୦୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ବୁଧବାର ଉଦଘାଟନ ହେବାକୁ ଯାଉଛି। ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତିକୁ ତାଙ୍କର ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହି ପ୍ରତିମୂର୍ତ୍ତି ଦୁନିଆର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ହାସଲ କରିଛି। ଦ୍ୱିତୀୟ ସ୍ଥାନରେ ଚୀନର ସ୍ପ୍ରିଙ୍ଗ ମନ୍ଦିରରେ ବୁଦ୍ଧଙ୍କ ମୂର୍ତ୍ତି ରହିଛି ଯାହାର ଉଚ୍ଚତା ୧୫୩ମିଟର। ଏହି ମୂର୍ତ୍ତିକୁ ଦେଖିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସିବା ନେଇ ଗୁଜରାଟ ସରକାର ଆଶା କରିଛନ୍ତି। ତେଣୁ ସମସ୍ତ ପର୍ଯ୍ୟଟକ ମାନଙ୍କୁ ରହିବାପାଇଁ ମଧ୍ୟ ଉତ୍ତମ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ନର୍ମଦା ନଦୀର ସର୍ଦ୍ଦାର ସରୋଭର ଡ୍ୟାମ ନିକଟରୁ ୩.୫ କିମି ଦୂରରେ ଏହି ମୂର୍ତ୍ତି ରହିଛି। ମୂର୍ତ୍ତି ନିର୍ମାଣ କରୁଥିବା ଏଲ ଆଣ୍ଡ ଟି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଏନ.ଏନ.ସୁବ୍ରମଣ୍ୟନଙ୍କ ମତରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ରାଷ୍ଟ୍ରର ଗର୍ବ ଏବଂ ଗୌରବର ପ୍ରତୀକ। ଏହି ପ୍ରତିମା ଦ୍ୱାରା ଦେଶର ଇଞ୍ଜିନିୟର ମାନଙ୍କର କୌଶଳ ଓ ଜ୍ଞାନ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିପାରିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories