www.samajalive.in
Saturday, December 6, 2025
16.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣିମା : ଆ-କା-ମା-ବୈ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ପବିତ୍ର ନଦୀରେ ସ୍ନାନ କରାଯାଇ ଦୀପ ଦାନର ବିଶେଷ ମହତ୍ତ୍ବ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀରେ ଡଙ୍ଗା ଭସାଇବାର ବିଶେଷ ପରମ୍ପରା ରହିଛି। ଲୋକମାନେ ପାହାନ୍ତାରୁ ନଦୀ କୂଳକୁ ଯାଇ ସ୍ନାନ ସାରି ଡଙ୍ଗା ଭସାଇଥାନ୍ତି। ଏହା ପରେ ମନ୍ଦିରରେ ଠାକୁରଙ୍କ ଦର୍ଶନ କରି ଘରକୁ ଫେରିଥାନ୍ତି। ଏହି ଦିନ ଗରିବଙ୍କୁ ଦାନ କରିବା ଦ୍ବାରା ବିଭିନ୍ନ ସମସ୍ୟା ଦୂର ହେବା ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।
ପୂର୍ଣ୍ଣିମା ଦିନର ସୂର୍ଯ୍ୟ ଦେଖିବା ପୂର୍ବରୁ ସ୍ନାନସାରି ଡଙ୍ଗା ଭସାଇବା ବେଳେ ଉଚ୍ଚାରଣ କରିବେ: ଆ-କା-ମା-ବୈ ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର। ଏହା କହିବା ସହ ଦୀପ ଜାଳି, ପାନଗୁଆ ଥୋଇ, ଧର୍ମଡଙ୍ଗାକୁ ବନ୍ଦାପନା କରି ହ୍ରଦ, ନଦୀ, ପୁଷ୍କରିଣୀରେ ଭସାଇ ଦିଅନ୍ତି। ଆ-କା-ମା-ବୈ ଅର୍ଥାତ୍‌- ଆଷାଢ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ ଏପରି ପୁଣ୍ୟ ଚାରିମାସକୁ ବୁଝାଇଥାଏ।
ପ୍ରାତଃକାଳରେ ସ୍ନାନ କରିବା ପୂର୍ବରୁ ସଙ୍କଳ୍ପ ନିଅନ୍ତୁ।
ପରେ ସ୍ନାନ ସାରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।
ଧଳା ରଙ୍ଗର ସଫା ବସ୍ତ୍ର ଧାରଣ କରନ୍ତୁ।
ନଦୀ କୂଳରେ ଦୀପ ଦାନ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories