କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ଶୈବ ଏବଂ ବୈଷ୍ଣବ ଉଭୟ ଧର୍ମର ଲୋକଙ୍କ ପାଇଁ ଏହି ଦିନ ମହତ୍ତ୍ବପୂର୍ଣ୍ଣ। ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସକୁ ବଧ କରିଥିଲେ ଏବଂ ବିଷ୍ଣୁ ମତ୍ସ୍ୟ ଅବତାର ନେଇଥିଲେ। ଏହା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୁରୁନାନକ ଦେବ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହି ଦିନକୁ ପ୍ରକାଶ ଏବଂ ଗୁରୁ ପର୍ବ ଭାବେ ମଧ୍ୟ ପାଳନ କରାଯାଏ।
ଏହି ଦିନ ପବିତ୍ର ନଦୀରେ ସ୍ନାନ କରାଯାଇ ଦୀପ ଦାନର ବିଶେଷ ମହତ୍ତ୍ବ ରହିଛି। ଓଡିଶାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀରେ ଡଙ୍ଗା ଭସାଇବାର ବିଶେଷ ପରମ୍ପରା ରହିଛି। ଲୋକମାନେ ପାହାନ୍ତାରୁ ନଦୀ କୂଳକୁ ଯାଇ ସ୍ନାନ ସାରି ଡଙ୍ଗା ଭସାଇଥାନ୍ତି। ଏହା ପରେ ମନ୍ଦିରରେ ଠାକୁରଙ୍କ ଦର୍ଶନ କରି ଘରକୁ ଫେରିଥାନ୍ତି। ଏହି ଦିନ ଗରିବଙ୍କୁ ଦାନ କରିବା ଦ୍ବାରା ବିଭିନ୍ନ ସମସ୍ୟା ଦୂର ହେବା ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ।
କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ
ନଭେମ୍ବର ୧୧ ତାରିଖ ସୋମବାର ସନ୍ଧ୍ୟା ୬ଟା ୨ମିନିଟ୍ ରୁ ୧୨ ତାରିଖ ମଙ୍ଗଳବାର ସକାଳ ୭ଟା ୪ମିନିଟ୍ ପର୍ଯ୍ୟନ୍ତ।
ନଭେମ୍ବର ୧୧ ତାରିଖ ସୋମବାର ସନ୍ଧ୍ୟା ୬ଟା ୨ମିନିଟ୍ ରୁ ୧୨ ତାରିଖ ମଙ୍ଗଳବାର ସକାଳ ୭ଟା ୪ମିନିଟ୍ ପର୍ଯ୍ୟନ୍ତ।
ପ୍ରାତଃକାଳରେ ସ୍ନାନ କରିବା ପୂର୍ବରୁ ସଙ୍କଳ୍ପ ନିଅନ୍ତୁ।
ପରେ ସ୍ନାନ ସାରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।
ଧଳା ରଙ୍ଗର ସଫା ବସ୍ତ୍ର ଧାରଣ କରନ୍ତୁ।
ନଦୀ କୂଳରେ ଦୀପ ଦାନ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ।
ପରେ ସ୍ନାନ ସାରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।
ଧଳା ରଙ୍ଗର ସଫା ବସ୍ତ୍ର ଧାରଣ କରନ୍ତୁ।
ନଦୀ କୂଳରେ ଦୀପ ଦାନ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ।



