www.samajalive.in
Monday, December 8, 2025
13.1 C
Bhubaneswar

ଆଇଏନ୍‌ଏକ୍ସ୍‌ ମଡିଆ ଦୁର୍ନୀତି ମାମଲାରେ ୫ ଦିନିଆ ସିବିଆଇ ରିମାଣ୍ଡରେ ଗଲେ କାର୍ତ୍ତି ଚିଦାମ୍ବରମ୍‌

ନୂଆଦିଲ୍ଲୀ:  ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌କୁ ୫ ଦିନିଆ ରିମାଣ୍ଡରେ ନେବାପାଇଁ ସିବିଆଇକୁ  ସ୍ୱତନ୍ତ୍ର ସିବିଆଇ ଅଦଲାତ ଅନୁମତି ଦେଇଛନ୍ତି । କାର୍ତ୍ତିଙ୍କ ବିରୋଧରେ ପ୍ରମାଣ ଥିବା କଥା ସିବିଆଇ କହିଛି । ଏହି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ସହ  ମୁହାଁ ମୁହିଁ ଜେରା ପାଇଁ କାର୍ତ୍ତିଙ୍କ ରିମାଣ୍ଡ ଦରକାର ବୋଲି ସିବିଆଇ ସୂଚନା ଦେଇଥିଲା ।

ପୂର୍ବରୁ କାର୍ତ୍ତିଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରରମଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା । ଆଇଏନଏକ୍ସ ମିଡିଆରେ ବେଆଇନ ଅର୍ଥ କାରବାର ଅଭିଯୋଗରେ କାର୍ତ୍ତିଙ୍କୁ ଗିରଫ କରାଯାଇଛି। କାର୍ତ୍ତିଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରରମଣଙ୍କୁ ଦିଲ୍ଲୀର ଏକ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । କାର୍ତ୍ତିଙ୍କୁ ଇଡ଼ି ଓ ସିବିଆଇ ପକ୍ଷରୁ ବିଭିନ୍ନ ସମୟରେ ପଚରାଉଚୁରା କରାଯାଇଥିଲା।

- Advertisement -

ଅଭିଯୋଗ ଅନୁସାରେ ଆଇଏନଏକ୍ସ ମିଡିଆର ବିଦେଶ ନିବେଶକୁ ମଞ୍ଜୁରୀ ଦେବା ନିମନ୍ତେ କାର୍ତ୍ତି ଆଇଏନଏକ୍ସଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ଏହାଦ୍ୱାରା ଆଇଏନଏକ୍ସକୁ ୪ କୋଟି ଟଙ୍କାର ବିଦେଶ ପୁଞ୍ଜି ନିବେଶର ମଞ୍ଜୁରୀ ମିଳିଥିଲା । କିନ୍ତୁ ଏହାର ଦୁରୁପଯୋଗ କରି ଆଇଏନ୍‌ଏକ୍ସ ୩୦୫ କୋଟି ଟଙ୍କା ହାତେଇ ନେଇଥିଲା । ଅଭିଯୋଗ ମଧ୍ୟରେ ଆଇଏନ୍‌ଏକ୍ସ ମିଡିଆ ପ୍ରା.ଲି ମୁମ୍ବଇ ନିର୍ଦେଶକ ଇନ୍ଦ୍ରାଣୀ ମୁଖାର୍ଜୀ, ଆଇଏନ୍‌ଏକ୍ସ ମିଡିଆ ପ୍ରା.ଲି ନିର୍ଦେଶକ ପିଟର ମୁଖାର୍ଜୀଙ୍କ ନାମ ରହିଛି ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories