କର୍ଣ୍ଣାଟକରେ ନୂଆ ବିବାଦ, ମେଳାରେ ମୁସଲମାନ ବ୍ୟବସାୟୀ ନିଷିଦ୍ଧ

ବେଙ୍ଗାଲୁରୁ: ହିଜାବ ବିବାଦର ଅନ୍ତ ନ ଘଟୁଣୁ କର୍ଣ୍ଣାଟକରେ ଆଉ ଏକ ସାମ୍ପ୍ରଦାୟିକ ବିବାଦ ଦାନା ବାନ୍ଧିଛି। ହିଜାବ ବିବାଦ ଆରମ୍ଭ ହୋଇଥିବା ଉଡୁପି ଜିଲାର ହୋସା ମାରଗୁଡ଼ି ମନ୍ଦିରରେ ଆରମ୍ଭ ହୋଇଥିବା ପାରମ୍ପରିକ ମେଳାରେ ମୁସଲମାନ ବିକ୍ରେତାଙ୍କୁ ଅଂଶଗ୍ରହଣ ପାଇଁ ନିଷିଦ୍ଧ କରାଯାଇଛି। ଏହି ମେଳାରେ ହିନ୍ଦୁଙ୍କ ସହ ଶତାଧିକ ମୁସଲମାନ ବ୍ୟବସାୟୀ ସେମାନଙ୍କ ବିପଣୀ ଖୋଲିଥାଆନ୍ତି। ମନ୍ଦିର ପ୍ରଶାସନ ଚଳିତ ବର୍ଷ ମୁସଲମାନ ବ୍ୟବସାୟୀଙ୍କୁ ଏଥିରୁ ବଞ୍ଚିତ କରିଛନ୍ତି। ମେଳାରେ କେବଳ ହିନ୍ଦୁ ବ୍ୟବସାୟୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଧର୍ମଘଟ ଆରମ୍ଭ ହୋଇଛି। ଉଡୁପି ବ୍ୟବସାୟୀ ସଂଘର ଦାବି ଆଧାରରେ ରାଜ୍ୟ ସରକାର ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାନ୍ତ ସେଟ୍ଟୀ ଏ ନେଇ ସଫେଇ ଦେଇଛନ୍ତି ଯେ ରକ୍ଷଣପନ୍ଥୀ ହିନ୍ଦୁ ସଂଗଠନ ଚାପରେ ପ୍ରଶାସନ ମୁସଲମାନ ବ୍ୟବସାୟୀଙ୍କୁ ମେଳାକୁ ବାରଣ କରାଯାଇଛି। ଦୁଇ ସମ୍ପ୍ରଦାୟର ବ୍ୟବସାୟୀ ବର୍ଷ ବର୍ଷ ଧରି ମିଳିତ ଭାବେ ବ୍ୟବସାୟ କରିଆସୁଥିବାବେଳେ ସେମାନଙ୍କ ମଧ୍ୟରେ କେବେ ବି​‌େ​‌ଦ୍ବଷ ସୃଷ୍ଟି ହୋଇ ନ ଥିଲା।

Comments are closed.