www.samajalive.in
Sunday, December 7, 2025
16.1 C
Bhubaneswar

କର୍ଣ୍ଣାଟକରେ ପୁଣି ଘ​​‌ନେ‌ଇଲା ରାଜନୈତିକ ସଂକଟ ; ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ବାଙ୍ଗାଲୋର :  କର୍ଣ୍ଣାଟକରେ ପୁଣି ରାଜନୈତିକ ସଂକଟ ଘ​​‌ନେ‌ଇବାରେ ଲାଗିଛି ।  ଦୁଇ ଜଣ କଂଗ୍ରେସ ବିଧାୟକ ବିଧାନସଭା ସଭ୍ୟ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି । ଫଳରେ ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଶକ୍ତ ଧକ୍କା ଲାଗିଛି । ବିଜୟନଗର ବିଧାୟକ ଆନନ୍ଦ ସିଂହ ଏବଂ ରମେଶ ଜାରକିହୋଲି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟକ ଆନନ୍ଦ ସିଂହ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫାର କାରଣ ସମ୍ପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି । ଅନ୍ୟପଟେ ଜାରକିହୋଲି ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସମ୍ପ୍ରତି ଆମେରିକାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଛନ୍ତି। ବିଗତ କିଛି ମାସ ହେବ ତାଙ୍କ ସରକାରରେ ଅସ୍ଥିରତା ଲାଗି ରହିଥିବା ବେଳେ ଦୁଇ ବିଧାୟକଙ୍କ ଇସ୍ତଫା ଏହାକୁ ଧକ୍କା ଦେଇଛି। ଅନ୍ୟପଟେ ଜୁଲାଇ ୧୨ରେ ବିଧାନସଭା ଅଧିବେଶନ ଆରମ୍ଭ ହେବ। ମେଣ୍ଟ ସରକାର ଭାଙ୍ଗିବା ନେଇ ବିଜେପିର ଅପରେସନ ଲୋଟସ ପୁନଃ ସକ୍ରିୟ ହୋଇଥିବା ଆଲୋଚନା ଜୋର ଧରିଛି। ବିଜେପି ସ୍ଥିତି ଉପରେ ଦୃଷ୍ଟି ରଖିଛି । ଯଦି କଂଗ୍ରେସ-ଜେଡିଏସ ମେଣ୍ଟ ନେତୃତ୍ବାଧୀନ ସରକାର ଭାଙ୍ଗିଯାଏ ତା’ହେଲେ ସରକାର ଗଠନ କରିବାକୁ ସେ ପ୍ରସ୍ତୁତ ବୋଲି ରାଜ୍ୟ ବିଜେପି ମୁଖ୍ୟ ବି. ଏସ. ୟେଦୁରାପ୍ପା କହିଛନ୍ତି।
ନିକଟରେ ୩,୬୬୭ ଏକର ଜମି ଜେଏସଡବ୍ଲ୍ୟୁକୁ ବିକ୍ରି କରିବା ଘଟଣାକୁ ବିରୋଧ କରି ଆନନ୍ଦ ବେଲାରିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଦଳୀୟ ସ୍ବାର୍ଥଠାରୁ ଜିଲାର ସ୍ବାର୍ଥ ସୁରକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ । ଏଣୁ ଦରକାର ପଡିଲେ ସେ ଇସ୍ତଫା ଦେଇପାରନ୍ତି ବୋଲି ଆନନ୍ଦ ପରୋକ୍ଷରେ ସୂଚନା ଦେଇଥିଲେ। ଏବେ ଇସ୍ତଫା ପରେ ସେ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି। ଗତବର୍ଷ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ବେଳେ ଆନନ୍ଦଙ୍କର କୌଣସି ସୂଚନା ମିଳି ନ ଥିଲା। ତାଙ୍କ ସହିତ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ପରେ ଅବଶ୍ୟ ସେ ଫେରିଥିଲେ ଓ ମେଣ୍ଟପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଥିଲେ। ଜାନୁଆରୀରେ ବାଙ୍ଗାଲୋର ଉପକଣ୍ଠସ୍ଥ ଏକ ରିସର୍ଟରେ ଅନ୍ୟ ଜଣେ କଂଗ୍ରେସ ବିଧାୟକ ଜେ.ଏନ. ଗଣେଶଙ୍କ ସହିତ ତାଙ୍କର ସଂଘର୍ଷ ହୋଇଥିଲା। ତାଙ୍କ ରାଜନୈତିକ ଯାତ୍ରା ଶେଷ କରିବାକୁ ମଧ୍ୟ ଆନନ୍ଦ ଧମକ ଦେଇଥିବା ଗଣେଶ ଅଭିଯୋଗ କରିଥିଲେ। ଆହତ ଅବସ୍ଥାରେ ଆନନ୍ଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଉଲ୍ଲେଖ ଯେ ପୂର୍ବରୁ ଲୁହାପଥର ଖଣି ଦୁର୍ନୀତି ମାମଲାରେ ଜେଲ ଯାଇଥିବା ଆନନ୍ଦ ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପିରୁ ପୃଥକ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମନ୍ତ୍ରୀ ଡି. କେ. ଶିବକୁମାର। ଆନନ୍ଦଙ୍କ ଇସ୍ତଫା ଦ୍ବାରା ଏଥିସହ ରାଜ୍ୟରେ କଂଗ୍ରେସ- ଜେଡିଏସ ମେଣ୍ଟ ସରକାରର ସଂଖ୍ୟାଲଘୁରେ ପରିଣତ ହେବାର ଆଶଙ୍କା ରହିଛି। କାରଣ ତାଙ୍କ ପରେ ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିବା କଂଗ୍ରେସର ଆଉ ୬ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଗତବର୍ଷ ବିଧାନସଭା ନିର୍ବାଚନରେ ୨୨୫ ଆସନ ମଧ୍ୟରୁ ୧୦୪ଟି  ଆସନରେ ଜିତି ଥିବା ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି କଂଗ୍ରେସ ଓ ଜେଡିଏସ ମେଣ୍ଟ କରିଥିଲେ। ଆନନ୍ଦଙ୍କ ଇସ୍ତଫା ପରେ କଂଗ୍ରେସର ଆସନ ସଂଖ୍ୟା ୭୯ ଥିବା ବେଳେ ଜେଡିଏସର ସଦସ୍ୟ ସଂଖ୍ୟା ୩୭ ରହିଛି । ବିଏସପି ଓ ଜଣେ ସ୍ବାଧୀନ ବିଧାୟକ ​‌ମେଣ୍ଟ ସରକାରକୁ ସମର୍ଥନ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories