www.samajalive.in
Sunday, December 7, 2025
26.1 C
Bhubaneswar

କଣ୍ଟାବାଞ୍ଝି ସହରରେ ରଥଯାତ୍ରା ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଝି : କଣ୍ଟାବାଞ୍ଝି ସହରରେ ପ୍ରତିବର୍ଷ ରଥଯାତ୍ରା ବହୁ ଧୂମଧାମରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଳନ ପାଇଁ ସୋମବାର ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଝି ଏନ୍‍ଏସି ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ସୁରକ୍ଷା, ଚିକିତ୍ସା, ରଥ ରାସ୍ତା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଉପରେ ଚର୍ଚ୍ଚା କରାଯାଇ କଡାକଡି ଭାବରେ ପାଳନ କରିବାକୁ ମତପ୍ରକାଶ ପାଇଥିଲା।

ରଥଯାତ୍ରା ସମୟରେ ରାସ୍ତା ଓ ମନ୍ଦିର ପାଖରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ। ବିଶେଷ କରି ସୁରକ୍ଷା ବ୍ୟବସ୍ଥା ପ୍ରତି ପୋଲିସ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା, ରଥ ଆସୁଥିବା ରାସ୍ତା କିପରି ଅଛି ତାହା ପ୍ରତି ପିଡବ୍ଲୁଡି ଅଧିକାରୀ ଓ ବିଦ୍ୟୁତ ବିଭାଗ ସହ ଆଲୋଚନା ଓ ଅନ୍ୟ ଜରୁରୀକାଳୀନ ବ୍ୟବସ୍ଥା ନେଇ ଚର୍ଚ୍ଚା କରିଥିଲେ ଉପସ୍ଥିତ ଦୁଇ ପୂଜା କମିଟି ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧି । ସୂଚନା ଯୋଗ୍ୟ ଯେ କଣ୍ଟାବାଞ୍ଝି ସହରରେ ଦୁଇଟି ସ୍ଥାନରେ ଆଶ୍ରମପଡା ଓ ପୁରୁଣା ବସ୍ତିରେ ରଥ ଟଣା ଯାଏ। ଆଶ୍ରମପଡା ରଥ ଝାଙ୍କରପଡା, ସିଙ୍ଗଳପଡା ଦେଇ ଅନୀଲ ସୋନିଙ୍କ ଗୁଣ୍ଡିଚାଗୃହରେ ପହଞ୍ଚିଥିବା ବେଳେ ପୁରୁଣାବସ୍ତି ରଥ କଣ୍ଟାବାଞ୍ଝି-ପାଟଣାଗଡ ମୂଖ୍ୟ ରାସ୍ତା ଦେଇ ଶାନ୍ତି ଫିଲିଙ୍ଗ ପେଟ୍ରୋଲପମ୍ପ ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥାଏ । ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ରାସ୍ତାର ଉଭୟ କଡରେ ଉଠା ଦୋକାନୀ ବହୁ ସଂଖ୍ୟାରେ ବସୁଥିବା ବେଳେ ମୂଖ୍ୟ ରାସ୍ତାରେ ରଥଟଣା ସମୟରେ ଟ୍ରାଫିକ ଜାମ୍ ହେଉଥିବା ସହ ପ୍ରବଳ ଭିଡ ବେଳେ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, ପୋଲିସ ଏସଡିପିଓ ସରୋଜ ମହାପାତ୍ର, ପୁଲିସ ଅଧିକାରୀ ବିଜୟାନନ୍ଦ କରକରା, ଅଗ୍ନିଶମ ବିଭାଗ ଅଧିକାରୀ ଅସିତ ଜେନା,ପିଡବ୍ଲୁଡି ଅଧିକାରୀ ବେଦବ୍ୟାସ ଭୋଇ, ବିଦ୍ୟୁତ ବିଭାଗ ଅଧିକାରୀ ଅବନୀ କୁମାର ମହାରଣା, ଟେଲିଫୋନ ଏସଡିଓ ଘାସିରାମ ମାଝି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଆଶ୍ରମପଡା ଜଗନ୍ନାଥ ମନ୍ଦିର କମିଟି ସଭାପତି ପ୍ରେମକିଶୋର ପଣ୍ଡା, ସଂପାଦକ ଉଦ୍ଧବ ଚରଣ ଘିଭେଲା, ଧନୁର୍ଯ୍ୟ ଛତ୍ରିଆ, ପୁରୁଣା ବସ୍ତି ପୂଜା କମିଟୀ ତରଫରୁ କୁଞ୍ଜ ବିହାରୀ ବେହେରାଙ୍କ ସହ ଗଣମାଧ୍ୟମ ପ୍ରତିନିଧି ସୁବାଷଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି, କୃତିକର ବାଗ, ମୋହନ ସୋନୀ, ମନୋଜ ଶର୍ମା, କନୱଲଜିତ ସିଂ ମଖିଜା ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ନୋଡାଲ ଅଫିସର ଚନ୍ଦ୍ର ଶେଖର ଭୋଇ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories