bjd gruha runa

ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ, ନିଷେଧାଦେଶକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ

BJD Bijuli 480×75 Mob

ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପରିଧାନ ନିଷେଧାଦେଶକୁ ବିରୋଧ କରି ହୋଇଥିବା ଆବେଦନଗୁଡିକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ହିଜାବ ପରିଧାନ କରିବା ଇସଲାମ ଧର୍ମରେ ଏକ ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା ନୁହେଁ। ଏହି ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ତି, ଜଷ୍ଟିସ୍‍ କ୍ରିଷ୍ଣା ଏସ୍‍. ଦୀକ୍ଷିତ ଓ ଜଷ୍ଟିସ୍‍ ଜେ.ଏମ୍‍. କାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗତ ଫେବୃୟାରୀ ୫ ତାରିଖରେ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବାର କୌଣସି କାରଣ ନାହିଁ।

ଗତ ଜାନୁଆରୀ ମାସରେ ହିଜାବ୍‍ ସମସ୍ୟା ଉଡୁପି ଜିଲ୍ଲାରେ ଆରମ୍ଭ ହୋଇ ରାଜ୍ୟର ଅନ୍ୟାନ୍ୟ ଭାଗକୁ ବ୍ୟାପିଥିଲା। ଏହାକୁ ନେଇ ଅନେକ ବିକ୍ଷୋଭ ପ୍ରଦର୍ଶନ ଓ ଧର୍ମଘଟ କରାଯାଇଥିଲା। ପରେ କର୍ଣ୍ଣାଟକ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‍ ୟୁନିଫର୍ମ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ହିଜାବ ଏବଂ କମଳାରଙ୍ଗର ମୁଖବସ୍ତ୍ର ପରିଧାନ ଉପରେ ନିଷେଧାଜ୍ଞା ଲାଗୁ କରିଥିଲେ। ଗତ ଫେବୃୟାରୀ ୫ ତାରିଖରେ ପ୍ରାକ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷା ବୋର୍ଡ ଏକ ବିଜ୍ଞପ୍ତି ଜାରି କରି ସ୍କୁଲ ପ୍ରଶାସନ ଦ୍ୱାରା ଅନୁମୋଦିତ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀମାନଙ୍କୁ କହିଥିଲା। ଫେବୃୟାରୀ ୧୦ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଛାତ୍ରଛାତ୍ରୀମାନଙ୍କୁ କୌଣସି ଧର୍ମ ସହ ଜଡିତ ବସ୍ତ୍ର ପରିଧାନ ନ କରିବାକୁ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଥିଲେ।

Comments are closed.