ସିଆରପିଏଫର ୬୪ ବାଟାଲିୟନ କଳାହାଣ୍ଡି ଶାଖା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

କଲମପୁର: ସି.ଆରପିଏଫର ୬୪ ବାଟାଲିୟନ କଳାହାଣ୍ଡି ଶାଖା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଲକ ଗୁଣପୁର କ୍ୟାମ୍ପର ଯବାନ ମାନଙ୍କ ଦ୍ବାରା ‘ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ’ ମାଧ୍ୟମରେ ବ୍ଲକର ପୁରୁଣାଗୁମା, ଜଟାଙ୍ଗପଡା ଏବଂ ପେରମଞ୍ଜି ଠାରେ ଲାଇନଗୁଡା, କର୍ଲାପାଟ, ପେରମଞ୍ଜି, ଉପର ପେରମଞ୍ଜି, ଜଟାଙ୍ଗପଡା, ବାଲିସରା ଏବଂ ରଣପୁର ଗ୍ରାମ ଗୁଡିକର ଗ୍ରାମବାସୀମାନଙ୍କୁ ମୋଟ ୧୫୯ ଗୋଟି ରେଡିଓ ଏବଂ ସମସ୍ତ ରେଡିଓ ପାଇଁ ଚାରି ଚାରିଗୋଟି ବ୍ୟାଟେରି ପ୍ରଦାନ କରାଯାଇଛି। ଦୁର୍ଗମ ଅଞ୍ଚଳରେ ସେଠିକାର ଲୋକେ ବାହାର ଦୁନିଆର କୌଣସି ଖବର ବାର୍ତ୍ତା ସହିତ କୌଣସି ମନୋରଞ୍ଜନ ଭିତ୍ତିକ ବିଷୟରେ ଅଜଣା ରହୁଥିବା ବେଳେ ଏହି ରେଡିଓ ମାଧ୍ୟମରେ ଦୁନିଆର ବିଭିନ୍ନ ହାଲଚାଲ୍ ଜାଣିପାରିବେ ଓ ବୁଝିପାରିବେ। ଏଭଳି ଆଭିମୁଖ୍ୟ ନେଇ ସୁରକ୍ଷା ବାହିନୀ ପକ୍ଷରୁ ଏଭଳି ସ୍ବାଗତଯୋଗ୍ୟ କାର୍ଯ୍ୟକ୍ରମ କରାଯାଇଛି। ସିଆରପିଏଫ ୬୪ ବାଟାଲିୟନ କଳାହାଣ୍ଡି ଶାଖାର ଗୁଣପୁର କ୍ୟାମ୍ପର ଦ୍ୱିତୀୟ କମାଣ୍ଡେଣ୍ଟ ଦରିଆ ପାଲ୍ ସିଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା ଲୋକଙ୍କୁ ରେଡିଓ ପ୍ରଦାନ କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସହାୟକ କମାଣ୍ଡେଣ୍ଟ କେ.କେ.ପାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକରେ କାଣିଗୁମା ସରପଞ୍ଚ ଧୃବକାନ୍ତ ମାଝୀ, ସମିତି ସଭ୍ୟା ସୁରେନ୍ଦ୍ରୀ ନାଏକ, କର୍ଲାପାଟ ସରପଞ୍ଚ ବିଶ୍ବ ମାଝୀ ଏବଂ ୱାର୍ଡ ସଭ୍ୟ ରାମସିଂ ମାଝୀ, ଜଇମନୀ ମାଝୀ ଏବଂ ଦିୱାନ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସିଆରପିଏଫ ଓଡିଶା ସେକ୍ଟରର ଆଇଜିପି ଏସ.କେ.ମହାନ୍ତି ଏବଂ ୬୪ ବାଟାଲିୟନ କମାଣ୍ଡେଣ୍ଟ ବିପ୍ଲବ ସରକାରଙ୍କ ମାର୍ଗ ଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

kalyan agarbati

Comments are closed.