www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ଲକସ୍ତରୀୟ ବ୍ୟାଙ୍କର୍ସ ବୈଠକ; ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହେବା ପାଇଁ ଋଣ ପ୍ରଦାନରେ ଗୁରୁତ୍ୱ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ମଙ୍ଗଳବାର ବାଙ୍କୀ ଓ ଡମପଡା ବ୍ଲକର ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏନ.ଡି.ଏମ ରାଜେଶ କୁମାର ବେହେରା, ନବ ନିର୍ବାଚିତ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ବିଡିଓ ଶ୍ୟାମଳ କୁମାର ରାୟ, ମହାସଂଘ ସଭାନେତ୍ରୀ ଜ୍ୟୋସ୍ନାରାଣୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ରିଜର୍ଭ ବ୍ୟାଙ୍କର ଅତିରିକ୍ତ ଶାଖା ପରିଚାଳକ ଶିବୁ ପ୍ରସାଦ ମିଶ୍ର, ଏଫ୍‍.ଏଲ.ସି ସତ୍ୟନାରାୟଣ ବେହେରା, ଧନ ଫାଉଣ୍ଡେସନ ରାଜ୍ୟ ଶାଖା ସଞ୍ଜୋଜକ ବିରଜା ପ୍ରସାଦ ସିଂ, ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ କିପରି ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ସୁବିଧାରେ ଋଣ ପାଇପାରିବେ ସେଥି ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକ ତଥା ଋଣ ପ୍ରଦାନ ମେଳାରେ କୃଷି, ଉଦ୍ୟାନ କୃଷି, ମାଛ ଚାଷ ଓ କୁକୁଡା ପାଳନ ପାଇଁ ଯେଉଁସବୁ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା ସେସବୁ ଅନୁମୋଦନ କରାଯିବା ପାଇଁ ଆଲୋଚନା ହୋଇଛି। ବାଙ୍କୀ ଓ ଡମପଡା ବ୍ଲକ ଅଧିନରେ ଥିବା ସମସ୍ତ ବ୍ୟାଙ୍କର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜୀବିକା ମିଶନ ପ୍ରକଳ୍ପ ଅଧିକାରୀ ଅକ୍ଷୟ ଭଟ୍ଟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମିଶନଶକ୍ତି ଡିପିସି ଲିଲି ବେହେରା, ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଓଡ଼ିଶା ଜୀବିକା ମିଶନର ସଂଘମିତ୍ରା ପ୍ରଧାନ, ବିଭୁପ୍ରସାଦ ପାଢୀ, ମାଳିନୀ ଦେବୀ ଓ ଏମ.ବି.କେ, ବ୍ୟାଙ୍କ ମିତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories