www.samajalive.in
Wednesday, December 10, 2025
16.1 C
Bhubaneswar

ଡରୁଛନ୍ତି କରୀନା

ମୁମ୍ବଇ : ପଟୌଦି ବେଗମ୍ କରୀନା କପୁର ଖାନ୍ ଆଜିକାଲି କ୍ୟାମେରା ଦେଖିବା ମାତ୍ରେ ବେଶ୍ ସତର୍କ ହୋଇଯାଉଛନ୍ତି। ନିଜ ପାଇଁ ନୁହେଁ, ବରଂ କୁନି ପୁଅ ତୈମୁର୍‌ର ବଦ୍‌ମାସି ବ୍ୟବହାର ପାଇଁ। ଏଇ କିଛିଦିନ ତଳର ଘଟଣା। ମା’ ବବିତା, ପୁଅ ତୈମୁର୍‌ଙ୍କ ସହ କାର୍‌ରୁ ଓହ୍ଲାଇ ନିଜ ଫ୍ଲାଟ୍‌ ପାଖକୁ ଯାଉଥାନ୍ତି କରୀନା, ଫଟୋଗ୍ରାଫର୍‌ମାନେ ତାଙ୍କ ଘର ବାହା​ରେ ଛିଡ଼ା ହୋଇ ଫଟୋ ଉଠାଉଥାନ୍ତି। ପୁଅ ତୈମୁର୍‌ ଦୌଡ଼ି ଆସି ଜୋର୍‌ରେ ପାଟି କଲା ‘ନଟ୍ ଆଲାଡଡ୍’…୫-୬ଥର ଏପରି ସେ କହୁଥିବାବେଳେ କରୀନା ପୁଅକୁ ଯେତେ ଟାଣିଲେ ମଧ୍ୟ ସେ ଯିବାକୁ ରାଜିନଥିଲେ। ଫଟୋଗ୍ରାଫର୍‌ଙ୍କୁ ଏଭଳି କହିବା କରୀନାଙ୍କୁ ଆଦୌ ଭଲ ଲାଗିନଥିଲା। କ’ଣ ବା କରିବେ, ଛୋଟ ପିଲାକୁ ବୁଝାଇଲେ ସେ କେଉଁ ବୁଝୁଛି? ଏଇ ଘଟଣା ପରେ ପୁଣି ଥରେ ଫଟୋଗ୍ରାଫର୍‌ଙ୍କ ସହ କରୀନା ଓ ତୈମୁର୍‌ଙ୍କ ସାମ୍ନାସାମ୍ନି ହୋଇଗଲା। ତୈମୁର୍‌ ପୁଣି ବଦ୍‌ମାସିରେ କିଛି କହିବାକୁ ଯାଉଥିଲେ, ହେଲେ କରୀନା ତୁରନ୍ତ ଘର ଭିତରକୁ ପୁଅକୁ ନେଇଯାଇଥିଲେ। ଏକ ସାକ୍ଷାତକାର୍‌ରେ ନବାବ୍‌ ସୈଫ୍ ମଧ୍ୟ କହିଥିଲେ, ଟିମ୍‌ ବହୁତ ଦୁଷ୍ଟ। ସେ ଓ କରୀନା ଏବେଠାରୁ ଟିମ୍‌ର ବଦ୍‌ମାସି ନେଇ ସତର୍କ ହୋଇଗଲେଣି। ଦ୍ବିତୀୟଥର ଗର୍ଭବତୀ ଥିବା କରୀନା ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ତଖ୍‌ତ’ର କାମ ୨୦୨୧ ଅଗଷ୍ଟ ପରେ ଆରମ୍ଭ କରିବେ ବୋଲି ଶୁଣାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories