www.samajalive.in
Monday, December 8, 2025
14.1 C
Bhubaneswar

ଦାୟିତ୍ବବାନ୍ କରୀନା

ପଟୌଦି ବେଗମ୍ କରୀନା କପୁର ଖାନ୍ ନିକଟରେ ପୁଅ ତୈମୁରର ଜନ୍ମଦିନ ଦକ୍ଷିଣ ଆଫ୍ରିକାରୁ ଧୁମଧାମରେ ପାଳନ କରି ଫେରିବା ପରେ ପୁଣି ନୂଆ ବର୍ଷ ଛୁଟିରେ ଲଣ୍ଡନ ଯାତ୍ରା କରିଛନ୍ତି। ସ୍ବାମୀ ସୈଫ୍ ଓ ପୁଅ ତୈମୁରଙ୍କ ସହ ଲଣ୍ଡନରେ ସେ ୯ଦିନ ରହିବେ ବୋଲି ଜଣାପଡ଼ିଛି। କରୀନା କପୁର ଅଭିନୀତ ‘ବିରେ ଦି ୱେଡିଂ’ ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିଥିଲା। ଯଦିଓ ତାଙ୍କ ହାତରେ ଏବେ କରନ୍ ଜୋହର୍ ପ୍ରଯୋଜିତ ‘ତଖ୍‌ତ’ ଚଳଚ୍ଚିତ୍ର ଅଛି, ଆଉ ଅଧିକ କାମ ନେବାକୁ ସେ ଆଦୌ ଆଗ୍ରହୀ ନୁହନ୍ତି। କାରଣ ହେଲା ପୁଅ ତୈମୁରକୁ ସେ ଯଥେଷ୍ଟ ସମୟ ଦେବାକୁ ଚାହୁଁଛନ୍ତି। ନିକଟରେ ସଲମାନ୍‌ ଖାନ୍‌ଙ୍କ ସହ କରୀନାଙ୍କୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିବାର ଅଫର୍‌ ଆସିଥିଲା। ବିଶ୍ବର ପ୍ରମୁଖ ୯ଟି ରାଷ୍ଟ୍ରରେ ଚଳଚ୍ଚିତ୍ରର ସୁଟିଂ କରାଯାଇଥାନ୍ତା, ତେବେ କରୀନା ଏହି ଅଫର୍ ଗ୍ରହଣ କରିନାହାନ୍ତି। କାରଣ ୨ ବର୍ଷର ପୁଅ ତୈମୁରକୁ ନେଇ ସେ ରୀତିମତ ଯାତ୍ରା କରିବାକୁ ଉଚିତ୍ ମଣିନାହାନ୍ତି। କରୀନା ଏହା ମଧ୍ୟରେ ଅନେକ ଥର ସ୍ବୀକାର କଲେଣି ଯେ ତାଙ୍କ ପୁଅ ବହୁତ ଦୁଷ୍ଟ। ଏଣୁ ଜଣେ ମା’ ଭାବେ ସେ ଏବେଠାରୁ ସତର୍କ ରହିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ସୈଫ୍ ଏକ ସାକ୍ଷାତକାର୍‌ରେ କହିଥିଲେ, ତୈମୁର ଏଇ ଦୁଷ୍ଟାମି ଦେଖି ସେ ମଧ୍ୟ ବ୍ୟତିବ୍ୟସ୍ତ ହୋଇଯାନ୍ତି। ଭଉଣୀ ସୋହାର କୁନି ଝିଅ ଇନାୟାକୁ ମଧ୍ୟ ତୈମୁର ହଇରାଣ କରେ। ନିଜ ବେଗମ୍‌ଙ୍କ ବାବଦରେ ସୈଫ୍ କହିଥିଲେ କରୀନା ଓ ତାଙ୍କ ଭାଇ ରଣବୀର କପୁର ହେଲେ ବଲିଉଡର ସୂଚନା ମନ୍ତ୍ରୀ। ଦୁହିଁଙ୍କ ପାଖରେ ସବୁ କଳାକାରଙ୍କ ବାବଦରେ ଟିକିନିଖି ଖବର ଥାଏ। ଭାଇଭଉଣୀ ନିୟମିତ ଫୋନ୍‌ରେ କଥା ହୋଇ ଏସବୁ ଆଲୋଚନା କରିଥାନ୍ତି ବୋଲି ହସିହସି କହିଥିଲେ ନବାବ୍ ସୈଫ୍।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories