www.samajalive.in
Wednesday, December 10, 2025
26.1 C
Bhubaneswar

କରୀନାଙ୍କ ବୁଦ୍ଧିମତ୍ତା

ମୁମ୍ବଇ : ଏବେର ବଲିଉଡ ଖବରରେ ଚଳଚ୍ଚିତ୍ର ତାରକାଙ୍କଠାରୁ ଅଧିକ ଲୋକପ୍ରିୟ ହେଉଛନ୍ତି ୨ ବର୍ଷର ତୈମୁର ଅଲୀ ଖାନ୍। ସୈଫ୍ ଓ କରୀନାଙ୍କ ଗେହ୍ଲା ପୁଅ ଛୋଟେ ନବାବ୍‌‌ ଯୁଆଡ଼େ ଗଲେ, ତାଙ୍କ ଫଟୋ ଉଠାଇବାକୁ ସାମ୍ବାଦିକଙ୍କ ପ୍ରତିଯୋଗିତା। କରୀନା କହିଛନ୍ତି, ତାଙ୍କ ଦୁଷ୍ଟ ପୁଅର ଏବେଠାରୁ ଏତେ ପ୍ରଶଂସକ ଦେଖି ବେଳେବେଳେ ସେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କାରଣ ଆଜିକାଲି ତୈମୁର୍‌କୁ ଯେଉଁଠିକୁ ମଧ୍ୟ ନେଇଗଲେ, ସେ ହାତ ଛଡ଼ାଇ ଦୌଡ଼ୁଛନ୍ତି। ପୁଅ ସହ ସ୍ବାମୀ, ଘର ଓ କ୍ୟାରିୟରର ଯଥା ଭାବେ ଦାୟିତ୍ବ ତୁଲାଉଛନ୍ତି ବେଗମ୍ କରୀନା। ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ତାଙ୍କ ସ୍ବାମୀଙ୍କୁ ଭ୍ରମଣ କରିବା ଓ ବାର୍ତ୍ତାଳାପ କରିବା ଖୁବ୍ ପସନ୍ଦ। ଏଣୁ ସମୟ ମିଳିଲେ କରୀନା ତୁରନ୍ତ ସ୍ବାମୀ ଓ ପୁଅ ସହ ଭ୍ରମଣର ସର୍‌ପ୍ରାଇଜ୍‌ ଯୋଜନା କରନ୍ତି। ପତ୍ନୀଙ୍କର ଏହି ବୁଦ୍ଧିମତ୍ତାରେ ସୈଫ୍ ଭାରି ଖୁସି। ସୈଫ୍‌ ପାର୍ଟିକୁ ଏତେ ପସନ୍ଦ କରୁନଥିବାବେଳେ ପରିବାର ସହ ସମୟ ଅତିବାହିତ କରିବାକୁ ଗୁରୁତ୍ବ ଦିଅନ୍ତି। ଏଇ ପ୍ରସଙ୍ଗରେ ଭାଇ ରଣବୀର କପୁରଙ୍କ ଆଦବକାଇଦା ମଧ୍ୟ କରୀନା ଅଳ୍ପବହୁତେ ଅନୁସରଣ କରୁଛନ୍ତି। ରକ୍‌ଷ୍ଟାର୍‌ ରଣବୀର ନିଜ ବ୍ୟକ୍ତିଗତ କଥାକୁ ପ୍ରଚାର କରିବାକୁ ପସନ୍ଦ କରନ୍ତି ନାହିଁ ଓ ରଣବୀରଙ୍କୁ ପାର୍ଟି ଖୁବ୍ ପସନ୍ଦ। ସପ୍ତାହର ୪-୫ଦିନ ନିୟମିତ ରାତିରେ ସେ ନିଜ ସାଙ୍ଗସାଥିଙ୍କ ସହ ପାର୍ଟି କରୁଥିବାର କରୀନା କହିଛନ୍ତି। ତେବେ ରଣବୀରଙ୍କ ଏଇ ପାର୍ଟି ଷ୍ଟାଇଲ୍‌କୁ ବାପା ରିଷି ପସନ୍ଦ କରୁନଥିବାବେଳେ ମା’ ନିତୁ ପୂରା ପ୍ରୋତ୍ସାହନ ଯୋଗାଇଥାନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories