ମହିଳା ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିକୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଲୋକାଲ ତଦନ୍ତକାରୀ କମିଟିର ପରିଦର୍ଶନ

କଣ୍ଟାବାଞ୍ଜି: ରାଜେନ୍ଦ୍ର ମହାବିଦ୍ୟାଳୟ ବିଗତ ଶିକ୍ଷା ବର୍ଷରୁ ବିଶ୍ଵବିଦ୍ୟାଳୟରେ ପରିଣତ ହେବା ପରେ ପ୍ରଥମ ଥର ପାଇଁ ସହବନ୍ଧନ ପ୍ରଦାନ ପାଇଁ ଏକ ତିନି ଜଣିଆ ଟିମ୍ ପିଜୀ କାଉନସିଲ ଅଧ୍ୟକ୍ଷା ଦିପ୍ତୀ ମଞ୍ଜରୀ ମେହେରଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ବିଭିନ୍ନ କାଗଜ ପତ୍ର ଓ ରେଜିଷ୍ଟର ଯାଞ୍ଚ କରିଛନ୍ତି। ଏହି ଟିମରେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ଫ୍ରାନ୍ସିଶ୍ ବାର୍ଲା ଓ ବରିଷ୍ଠ କିରାଣି ଅକ୍ଷୟ କୁମାର ସେଠୀ ମଧ୍ୟ ସାମିଲ୍ ଥିଲେ। ସେମାନଙ୍କର ପରିଦର୍ଶନ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ  କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.