www.samajalive.in
Saturday, December 6, 2025
16.1 C
Bhubaneswar

କଣ୍ଟେନମେଣ୍ଟ ଜୋନ ଉଠାଇବା ପାଇଁ ଅନ୍ତେବାସୀଙ୍କ ବିକ୍ଷୋଭ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସିପକାପଡା କଣ୍ଟେନମେଣ୍ଟ ଜୋନକୁ ଉଠାଇବା ପାଇଁ ସିଲ ସ୍ଥାନରେ ମହିଳା ପୁରୁଷମାନେ ଆସି ବୁଧବାର ସକାଳୁ ବିକ୍ଷୋଭ କରିଛନ୍ତି। ଏହି ଘଟଣା ଜାଣିଲାପରେ ସ୍ଥାନୀୟ ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ବୁଝାସୁଝା କରିଥିଲେ କିନ୍ତୁ ସେମାନେ ନିଜ ଜିଦରେ ଅଟଳ ରହିବାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ହିଁ କଣ୍ଟେନମେଣ୍ଟ ଜୋନ ଉଠାଇବା କ୍ଷମତା ରହିଛି ବୋଲି ଶ୍ରୀ ମହାପାତ୍ର ବୁଝାଇଥିଲେ। ତଥାପି ଅନ୍ତେବାସୀମାନେ ନିଜ ଜିଦରେ ରହିଥିଲେ। କରୋନା ମହାମାରି ରୋଗ ଦିନକୁ ଦିନ କଣ୍ଟାବାଞ୍ଜି ସହରରେ ମଧ୍ୟ ବଢିବାରେ ଲାଗିଛି। ଗତ କିଛିଦିନ ତଲେ କଣ୍ଟାବାଞ୍ଜି ସହରରେ ଦ୍ରୁତ ଗତିରେ ଦିନକୁ ଦିନ ପଜିଟିଭ ସଂଖ୍ୟା ବଢିବାର ନଜରକୁ ଆସିଲା ପରେ ସ୍ଥାନୀୟ ପୌରାଂଚଳ ଓ ଜିଲ୍ଲା ପ୍ରଶାସନ ୱାର୍ଡ ନଂ.୨,୫,୧୦ ଓ ୧୧ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସିଲ କରିଛନ୍ତି। ସିଲ ହେବା ଦିନଠାରୁ କଣ୍ଟେନମେଣ୍ଟ ଜୋନ ବାସୀ ନିଜ ନିଜ ଘରେ ବନ୍ଧା ହୋଇ ରହି ଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ସହାୟତା ମିଳୁ ନ ଥିବା ଅଭିଯୋଗ କରି ଆସୁଛନ୍ତି। ଏପରି କି ୱାର୍ଡ ନଂ. ୧୦ ସିପକାପଡା ସଂପୂର୍ଣ୍ଣଭାବେ ଦିନ ମଜୁରିଆ ଏବଂ ଗରୀବ ଶ୍ରେଣୀର ଥିବାରୁ କଣ୍ଟେନମେଣ୍ଟ ଜୋନ ହେବାର ନଅଦିନ ହୋଇଥିଲେ ମଧ୍ୟ ତାହା ଉଠାଇ ଦିଆଯାଇ ନ ଥିବାରୁ ଯଥା ଶିଘ୍ର ଉଠାଇବା ପାଇଁ ଦାବୀ କରିଛନ୍ତି। ଏସ୍‍ଡିପିଓ ସରୋଜ ମହାପାତ୍ର ଏବଂ ପୁଲିସ ଏଏସଆଇ ପଂଚାନନ ଖୁଆସ କଣ୍ଟେନମେଣ୍ଟ ଜୋନରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ସମସ୍ତ ପ୍ରକାର ଅଭିଯୋଗ ଟୋଲ୍‍ ଫ୍ରୀ ନମ୍ବର କିମ୍ବା ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ବୁଝାଇଲା ପରେ ବିକ୍ଷୋଭକାରୀମାନେ ଶାନ୍ତ ହୋଇଥିଲେ କିନ୍ତୁ ସୂଚନା ଅନୁଯାୟୀ ଗତ ତା.୪ରିଖ ଦିନ ଜିଲ୍ଲାପାଳ ଘୋଷଣା କରିଥିବା କଣ୍ଟେନମେଣ୍ଟ ଜୋନର ଅଧିକାଂଶ ଟୋଲ୍‍ ଫ୍ରୀ ନମ୍ବର ଲଗାଇଲେ ମଧ୍ୟ କୋଣସି ପ୍ରକାର ଉତ୍ତର ମିଳୁ ନ ଥିବା ସିପକାପଡ଼ାବାସୀ ଅଭିଯୋଗ ଆଣିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories