www.samajalive.in
Saturday, December 6, 2025
26.1 C
Bhubaneswar

୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ସହ ୩କୋର୍ଟ ଚାଲାଣ

କଣ୍ଟାବାଞ୍ଜି: ହାଇଦ୍ରାବାଦ ଇଟାଭାଟିକୁ ଦାଦନ ଖଟିବାକୁ ଯିବାପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଏକ ଗାଡିରେ ୯ଜଣ ଶ୍ରମିକକୁ ନିଆଯାଉଥିଲା। ତିରୁପତି ଟ୍ରେନରେ ଏହି ଦାଦନ ଶ୍ରମିକଙ୍କୁ ଚାଲାଣ ପାଇଁ ନିଆଯାଉଥିଲା। କଣ୍ଟାବାଞ୍ଜି ପୁଲିସ ଏହି ଗାଡ଼ିକୁ ଯାଞ୍ଚ ପାଇଁ ଅଟକାଯାଇଥିଲା। ଶ୍ରମିକଙ୍କୁ ଚାଲାଣ ପାଇଁ ନେଉଥିବା ସର୍ଦାରଙ୍କ ପାଖରେ ଶ୍ରମ ବିଭାଗ ତରଫରୁ ଦିଆଯାଉଥିବା ଲାଇସେନ୍ସ ଓ ମୁଭମେଣ୍ଟ ଅର୍ଡର ନଥିବା କଣ୍ଟାବାଞ୍ଜି ପୁଲିସ ଜାଣିବାକୁ ପାଇଥିଲା। ଶ୍ରମିକ ଓ ଗାଡି ଚାଳକଙ୍କୁ ଥାନାରେ ଅଟକ ରଖି ଯାଞ୍ଚ କରାଯାଇଥିଲା। ତେବେ ଆବଶ୍ୟକ କାଗଜ ପତ୍ର ନଥିବାରୁ, ବେଆଇନ ଶ୍ରମିକ ଚାଲାଣ ମାମଲା ରୁଜୁ କରି ଚାଉଳ ଶୁଖା ଗ୍ରାମର ସର୍ଦାର ଧୂବଳେଶ୍ୱର ତାଣ୍ଡି, ଗାଡ଼ି ମାଲିକ ସତ୍ୟ ହାତୀ, ଗାଡିଚାଲକ ପରମାନନ୍ଦ ପୁଟେଲଙ୍କୁ ଗିରଫ କରାଯାଇଥିଲା। ଆଜି ୩ ଜଣଙ୍କୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ କୋର୍ଟ ନାମଞ୍ଜୁର କରିବାରୁ ସେମାନଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆ ଯାଇଛି ଏବଂ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ଗାଁ ରେ ଛାଡିଥିବା ପୁଲିସ ସୂଚନା ଦେଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories