ବିଧାୟକଙ୍କ ଦ୍ୱାରା ୩ ପ୍ରକଳ୍ପ ଲୋକାର୍ପଣ ଓ ସ୍ମାର୍ଟ ପାର୍କର ଶିଳାନ୍ୟାସ

କଣ୍ଟାବାଞ୍ଜି : ସ୍ୱାଧୀନତା ଦିବସ ଅବସରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଧାୟକ ପାଣ୍ଠିରୁ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ, ୱାର୍ଡ ନଂ ୧୧ରେ ନୂତନ ଶବଦାହ କେନ୍ଦ୍ର ଓ ୱାର୍ଡ ନଂ ୫ରେ ନୂତନ ଭେଣ୍ଡିଙ୍ଗ ଜୋନ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସ୍ମାର୍ଟ ପାର୍କର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନଗରପାଳ ବରିୟାମ ସିଂ ସାଲୁଜା, ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ଏମ ଇ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବାବୁଲା ମହାନ୍ତି, ଗୋକୁଲା ପଧାନ, ନିଲେଶ ଡବୁ ଲାଠ, ସଞ୍ଜୟ ଲାଠ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Comments are closed.