www.samajalive.in
Monday, December 8, 2025
24.1 C
Bhubaneswar

ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ, କଣ୍ଟାବାଞ୍ଜି ସହରରେ କଣ୍ଟେନେମଣ୍ଟ ଜୋନ ଘୋଷଣା

କଣ୍ଟାବାଞ୍ଜି: କରୋନା ସଂକ୍ରମଣ ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ ବୃଦ୍ଧି ପାଉଥିବା ବେଲେ କଣ୍ଟାବାଞ୍ଜି ସହରରେ ତାର କାୟା ବିସ୍ତାର କରିବାରେ ଲାଗିଛି। ଆଜି ୧୧ଟି ପଜିଟିଭ କଣ୍ଟାବାଞ୍ଜି ସହରରୁ ଚିହ୍ନଟ କରାଯାଇଛି।  କଣ୍ଟାବାଞ୍ଜି ସହରରେ ସମୁଦାୟ ୧୯ ଟି ପଜିଟିଭ କେସ ବାହାରିବା, ସହରବାସୀ ଏବଂ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଜିଲାପାଳ ସୋମେଶ କୁମାର ଉପାଧ୍ୟୟ ସହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏକ ରିପୋର୍ଟ ମାଗିବା ସହ ରିପୋର୍ଟ ହସ୍ତଗତ ହେବା ପରେ ବଲାଙ୍ଗିର ଜିଲାପାଳଙ୍କୁ ସହରର ୱାର୍ଡ ନଂ ୨, ୫ , ୧୦ ଏବଂ ୧୧ ର କିଛି ଅଂଶ କଣ୍ଟେନେମଣ୍ଟ ଜୋନ ଓ ତାର ପାର୍ଶ୍ବ ଅଞ୍ଚଳକୁ ବଫର ଜୋନ ଘୋଷଣା ପାଇଁ ପତ୍ର ଲେଖି ଅନୁରୋଧ କରିଥିଲେ। ବଲାଙ୍ଗିର ଜିଲାପାଳ ତାଙ୍କ ପତ୍ର ସଂଖ୍ୟା ୨୩୧୪/ ତା. ୦୪.୦୮.୨୦୨୦ ମତେ ମଙ୍ଗଳବାର ଅପରାହ୍ନରେ ଉକ୍ତ ଅଞ୍ଚଳକୁ କଣ୍ଡେନମେଣ୍ଟ ଜୋନ ଘୋଷଣା କରିବା ପରେ ସଂନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ତରଫରୁ ତହସିଲଦାର ଅଶୋକ କୁମାର ମାଝୀ, ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ, ଏନ୍‍ଏସି କୋଭିଡ-୧୯ ନୋଡାଲ ଅଫିସର, ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କଣ୍ଟେନମେଣ୍ଟ ଜୋନର ପ୍ରବେଶ ପଥକୁ ସିଲ କରିଛନ୍ତି। ପୁଲିସ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ବାରମ୍ବାର ସଚେତନ କରାଉଛନ୍ତି। ସମସ୍ତେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପ୍ରତି ଧ୍ୟାନ ଦେବାକୁ ସତର୍କ କରାଇଥିଲେ। ସହରରେ ଅମାନିଆମାନେ ଅବାଧରେ ବୁଲାବୁଲି କରୁଥିବା ଯୋଗୁଁ ଦରକାର ପଡିଲେ ପୁଲିସ କଡା କାର୍ୟ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହେବ ବୋଲି ବାରମ୍ବାର ସତର୍କ କରାଉଛି। ଜନସାଧାରଣ ଙ୍କୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ପ୍ରଶାସନ ତରଫରୁ ବାର୍ତ୍ତା ଦେଇଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories