କାନପୁର : ଉତରପ୍ରଦେଶ କାନପୁରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଯାହାକୁ ଶୁଣି ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ। ଘରେ ଶୋଇଥିବା ଅବସ୍ଥାରେ ଏକ ନବଜାତକୁ ଏକ କୁକୁୁର ନିଜ ମୁହଁରେ କାମୁଡ଼ି ପଳାଇଥିଲା। ବହୁ ଖୋଜାଖୋଜି କରିବା ପରେ ଲୋକଙ୍କୁ ବୁଦା ମୂଳରୁ ଉକ୍ତ ନବଜାତର ମୃତଦେହ ମିଳିଥିଲା। ଏହି ଘଟଣା କାନପୁରର ବର୍ରା ଅଂଚଳର। ଏଠାରେ ରହୁଥିବା ଜଣେ ବ୍ୟକ୍ତି ,ଯେ କି ଘରୋଇ କମ୍ପାନୀରେ ସଫେଇ କର୍ମଚାରୀର କାମ କରନ୍ତି। କିଛି ଦିନ ପୂର୍ବରୁ ହିଁ ତାଙ୍କର ଘରକୁ ଏକ ଶିଶୁ କନ୍ୟା ଜନ୍ମ ହୋଇ ଆସିଥିଲା।
ଘଟଣା କ୍ରମେ ଉକ୍ତ ନବଜାତକୁ ତାଙ୍କ ମାଆ ଗାଧୋଇ ଦୋଳିରେ ଶୁଆଇ ଘରକୁ ବାହାରକୁ ଯାଇଥିଲେ। ମାତ୍ର ସେହି ସମୟରେ ହଠାତ ଏକ କୁୁକୁର ଘର ଭିତରକୁ ଆସି ପିଲାଟିକୁ ପାଟିରେ କାମୁଡ଼ି ପଳାଇଥିଲା। ଏହା ଦେଖି ମହିଳା ଜଣଙ୍କ କୁକୁର ପଛେ ପଛେ ଧାଇଁ ଥିଲେ, ମାତ୍ର କୁକୁରଟି ହଠାତ କେଉଁ ଆଡ଼େ ଚାଲିଯାଇଥିଲା। ମହିଳାଙ୍କ ପାଟି ଶୁଣ ଆଖପାଖର ଲୋକେ ଏକାଠି ହେବା ସହ ଘଟଣା ବିଷୟରେ ଜାଣି ଲାଠି ବାଡ଼ି ଆଦି ଧରି ପିଲାଟିକୁ ଖୋଜିବାକୁ ବାହାରିଥିଲେ। ବହୁ ସମୟ ଖୋଜାଖୋଜି କରିବା ପରେ ଶିଶୁଟିକୁ ଏକ ନାଳ ନିକଟରୁ ପାଇ ଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ନବଜାତକୁ ମୃତ ଘୋଷଣା କରିଥିଲେ।
ଘରେ ଶୋଇଥିବା ନବଜାତକୁ ପାଟିରେ କାମୁଡ଼ି ନେଇଗଲା କୁକୁର ; କିଛି ସମୟ ପରେ ମିଳିଲା ମୃତଦେହ
Popular Categories



