www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଉଦାହରଣ ‘କାନଗ୍ରା’

ଚାଉଳ,ଚା ଆଦି ପାଇଁ ପ୍ରସିଦ୍ଧ ଥିବା କାନଗ୍ରା ବହୁତ ସୁନ୍ଦର ଓ ମନୋରମ ସ୍ଥାନ ଅଟେ। ୨ରୁ ୩ ଦିନ ମଧ୍ୟରେ ଏହି ସ୍ଥାନକୁ ଯାଇ ସମସ୍ତ ଭଲ ସ୍ଥାନ ବୁଲି ପାରିବେ। ଏହା ହିମାଚଳ ପ୍ରଦେଶରରେ ଅବସ୍ଥିତ। ଏଠାରେ ଖୁବ ଉଚ୍ଚ ଉଚ୍ଚ ପାହାଡ଼  ଓ ବହୁ ପ୍ରସିଦ୍ଧ ସ୍ଥାନ ରହିଛି। ଜାଣନ୍ତୁ ତାହା କ’ଣ….
ବଜ୍ରେଶ୍ୱରୀ ମନ୍ଦିର –
ଏଠାରେ ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପ୍ରସିଦ୍ଧ ବଜ୍ରେଶ୍ୱରୀ ଦେବୀଙ୍କ ମନ୍ଦିର ରହିଛି। ଏହା ଏକ ଭୂ-କମ୍ପରେ ନଷ୍ଟ ହୋଇଯାଇଥିଲା, ପୁଣି ଏହାକୁ ପୁନର୍ବାର ନିର୍ମାଣ କରାଯାଇଥିଲା। ଏଠାରେ ଦର୍ଶନ ପାଇଁ ବହୁ ପରିମାଣରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ନଗରକୋଟ ଫୋର୍ଟ –
ପ୍ରାଚୀନ ନଗରକୋଟ କିଲା ଏଠାରୁ ୨.୫ କିଲୋମିଟର ଦୂର ଦକ୍ଷିଣରେ ଅବସ୍ଥିତ। ଏଠାକାର ଆଖପାଖର ସ୍ଥାନ ଦେଖିବାକୁ ଖୁବ ସୁନ୍ଦର।
ମସରୁର୍‍ –
କାନଗ୍ରା ଠାରୁ ୧୫ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏଠାରେ ଏକ ସୁନ୍ଦର ମନ୍ଦିର ରହିଛି। ଏଠାକାର ପ୍ରାଚୀନ ଗୁମ୍ଫା ଏଲୋରା ଗୁମ୍ଫା ଭଳି ସୁନ୍ଦର ଦେଖାଯାଏ।
ଜ୍ୱାଲାମୁଖୀ ମନ୍ଦିର –
କାନଗ୍ରା ଠାରୁ ୩୪ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏହା ଏକ ଆକର୍ଷଣୀୟ ସ୍ଥାନ ଅଟେ।
ସେପ୍ଟେମ୍ବର ମାସରେ ଏଠାକୁ ଯିବା ଖୁବ ଉତ୍ତମ ଅଟେ। କାରଣ ଏହାର ତାପମାତ୍ରା ୨୨ରୁ ୩୦ ଡି଼ଗ୍ରୀ ରହିଥାଏ। ତେଣୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ଲାଗିନଥାଏ।
ଗମନାଗମନ ଦୃଷ୍ଟିରୁ –
ଦିଲ୍ଲୀ , ସିମ୍‍ଲା, ମନାଲୀ,ଚଣ୍ଡୀଗଡ଼ ଆଦି ସହର ମାନଙ୍କ ଠାରୁ ଏଠାକୁ ଲଗାତାର ବସ ଚାଲୁଥାଏ।
ରେଳ –
କାନଗ୍ରାକୁ ଯିବା ନିମନ୍ତେ ସବୁଠାରୁ ନିକଟତମ ରେଳ ଷ୍ଟେସନ ହେଉଛି ପଠାନକୋଟ୍‍ ।  ଷ୍ଟେସନରୁ ସହଜରେ ବସ ଏବଂ ଟ୍ୟାକ୍ସି ମିଳିଥାଏ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories