www.samajalive.in
Sunday, December 7, 2025
23.1 C
Bhubaneswar

କଙ୍ଗନା ମାମଲାରେ ‘ଦାଉଦ୍’ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ନିଶାଣ କଲେ ଫଡ଼ନାବିଶ୍

ସୁଶାନ୍ତ ସିଂହ ରାଜପୁତ ସନ୍ଦିଗ୍ଧ ମୃତ୍ୟୁ ମାମଲା ଏବେ ଗୌଣ ହୋଇ ଯାଇଛି । ଏବେ ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଶବ୍ୟାପୀ ବିତର୍କ ସୃଷ୍ଟି କରିଛି । ଏହାକୁ ଗୁରୁତ୍ବ ନ ଦେବାକୁ ଯାଇ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଏତେ ଗୁରୁତ୍ବ ଦେଇଛନ୍ତି ଯେ ଏହି ଅଡ଼ୁଆ ସୂତ୍ରରେ ନିଜେ ଛନ୍ଦି ହୋଇ ଯାଇଛନ୍ତି ।  ଯଦିଓ କଙ୍ଗନାଙ୍କ ବିରୋଧରେ ‘‘ଶିବସେନା’’ ମାର୍କା ଆକ୍ରମଣ ପରିବର୍ତ୍ତେ ‘ଶରଦ ପାୱାର’ ମାର୍କା କାର୍ଯ୍ୟାନୁଷ୍ଠାନ ହୋଇଛି । ତଥାପି ସମାଲୋଚନାର ଶରବ୍ୟ ହୋଇଛନ୍ତି ଉଦ୍ଧବ । ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ କଡ଼ା ଶବ୍ଦରେ ଉଦ୍ଧବଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କଙ୍ଗନାଙ୍କ ପ୍ରସଙ୍ଗ କିଛି ବଡ଼ ନ ଥିଲା, ଏହାକୁ ଆପଣ ବଡ଼ ପ୍ରସଙ୍ଗରେ ପରିଣତ କରିଦେଲେ । ଆପଣ ତାଙ୍କର ଘର ଭାଙ୍ଗିଦେଲେ । ମାତ୍ର ଯେତେବେଳେ ଦାଉଦର ଭିଣ୍ଡି ବିଜାର ଘର ଭାଙ୍ଗିବା କଥା ଆସିଥିଲା ସେତେବେଳେ ମାନବସମ୍ବଳ ଅଭାବ ଦର୍ଶାଇ ଏହି ଘରକୁ ଭଙ୍ଗାଯିବାରୁ ଏଡ଼ାଇ ଦିଆଗଲା । ମାତ୍ର କଙ୍ଗନାଙ୍କ ଘର ଭାଙ୍ଗିବା ବେଳକୁ ବହୁତ ଲୋକ ମିଳିଗଲେ ବୋଲି ଶ୍ରୀ ଫଡ଼ନାବିଶ୍ କହିଛନ୍ତି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories