ଫୁଲବାଣୀ: ଗତ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲାକୁ ବେଶ୍ ସଫଳତା ମିଳିଛି। ଜିଲା ଟାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଶଲ ଆର୍ଟ୍ସ ଏକାଡେମୀ ତରଫରୁ ବିଭିନ୍ନ ବର୍ଗର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରି ୧୫ ସ୍ଵର୍ଣ୍ଣ, ୧୦ ରୌପ୍ୟ ଏବଂ ୧୫ କାଂସ୍ୟ ପଦକ ହାସଲ କରିଛନ୍ତି। କୃତିତ୍ଵ ଅର୍ଜନ କରିଥିବା ଖେଳାଳିମାନଙ୍କୁ ପ୍ରଶିକ୍ଷକ ରମାକାନ୍ତ ବେହେରା, ପ୍ରୀତମ ଚନ୍ଦ୍ର ପ୍ରଧାନ ଓ ମଦନ ଦଳ ବେହେରା ଏବଂ ଜିଲା ସଭାପତି ପ୍ରତାପ କୁମାର ମୁଖୀ ଓ ସମ୍ପାଦକ ପ୍ରଭାତ କୁମାର ସାହୁ ଓ ରାଜ୍ୟ ସଂଘ ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି।



