www.samajalive.in
Sunday, December 7, 2025
26.1 C
Bhubaneswar

ମଦ୍ରାସାରେ ଛପାଯାଉଛି ଜାଲ୍‌ ନୋଟ୍: ମାଷ୍ଟରମାଇଣ୍ଡ ଓଡିଶାର !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ପୁଲିସ୍ କୁ ଏପରି ଏକ ତଥ୍ୟ ମିଳିଛି , ଯାହା ସମସ୍ତଙ୍କୁ ଚକିତ କରିଛି। ସେଠାରେ ପାଠପଢା ଯିବା ବଦଳରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ ନୋଟ୍। ଏପରିକି ମଦ୍ରାସା ଭିତରୁ ଆରଏସଏସ୍ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ମଧ୍ୟ ପ୍ରକାଶିତ ହେଉଥିବା ଜଣାପଡିଛି। ସବୁଠାରୁ ବଡ କଥା ହେଉଛି ଏଥିରେ ରହିଛି ଜଣେ ଓଡିଆଙ୍କ ସମ୍ପୃକ୍ତି। ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲାର ଜାହିର ଖାନ୍ ବୋଲି ପ୍ରୟାଗରାଜ୍ ପୁଲିସ୍ ପ୍ରେସମିଟରେ ସୂଚନା ଦେଇଛି। ସେପଟେ ଏହି ଲିଙ୍କରେ ଓଡିଶା ଆସିପାରେ ଉତ୍ତରପ୍ରଦେଶ ପୁଲିସ୍। ପୁଲିସର ସୂଚନା ଅନୁଯାୟୀ ଜାହିର ଖାନ୍ ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲେ। ସେଠାରେ ରହି ପାଠ ପଢୁଥିଲେ। ତେବେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ସେ ଜାଲ ନୋଟ୍ ଛାପୁଥିଲା ବୋଲି ପୁଲିସ୍ କହିଛି। ମଦ୍ରାସାରୁ ପ୍ରିଣ୍ଟର ସହ ୧୩୦୦ ଟି  ଜାଲ୍ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories