www.samajalive.in
Monday, December 8, 2025
24.1 C
Bhubaneswar

ମାଓବାଦୀଙ୍କ ସହିଦ୍‍ ସପ୍ତାହ, ସତର୍କ ରହିଛି କନ୍ଧମାଳ ପୁଲିସ୍‍ : ଏସପି

ଫୁଲବାଣୀ :ମାଓବାଦୀ ସଂଗଠନ ବିଜିଏନ( ବାସଧରା-ଘୁମୁସର-ନାଗାବାଳି) ଡିଭିଜନ୍‍ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ୍‍ ଦିବସ ପାଳନ କରୁଛି। ଏହି ସମୟରେ ସାଧାରଣତଃ ମାଓ ସଂଗଠନ ପକ୍ଷରୁ କିଛି ନା କିଛି ଅଘଟଣ ଘଟାଇ ସେମାନଙ୍କ ସ୍ଥିତି ଜାହିର କରିଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଥାନାକୁ ଆଲର୍ଟ କରାଯାଇଥିବା ଏସପି ଭିନିତ୍‍ ଅଗ୍ରୱାଲ ଏକ ପ୍ରେସ୍‍ ବିବୃତ୍ତିରେ କହିଛନ୍ତି। ପ୍ରେସ୍‍ ବିବୃତି ପ୍ରକାରେ, ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଯେ କୌଣସି ପରିସ୍ଥିତି ପାଇଁ କନ୍ଧମାଳ ପୁଲିସ୍‍ ପ୍ରସ୍ତୁତ ରହିଛି। ସମସ୍ତ ଥାନା ଓ ସୁରକ୍ଷା ପୋଷ୍ଟକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏସପି ଗାଇଡ୍‍ଲାଇନ୍‍କୁ କଡାକଡି କରାଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୁଲିସ ପ୍ରହରା କଡାକଡି କରାଯାଇଛି। ନାକା ଓ ଚେକ୍‍ ପଏଂଟରେ ଯାଂଚ କଡାକଡି କରାଯାଇଥିବା ସହ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି। ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ପୁଲିସ୍‍ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି। ପ୍ରକାଶଯେ, ଗତ ୨୫ ଦିନ ମଧ୍ୟରେ କନ୍ଧମାଳ ଜିଲାରେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର ଏକ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓ ବାଦୀଙ୍କ ମଧ୍ୟରେ ୩ ଥର ମୁହାଁମୁହଁ ହୋଇଥିବା ବେଳେ ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଥିଲେ। ଉକ୍ତ ଜଙ୍ଗଲରେ ଚାଲିଥିବା ମାଓ କ୍ୟାମ୍ପକ ମଧ୍ୟ ପୁଲିସ୍‍ ନିଜ କବଜାକୁ ନେବା ସହିତ ବହୁ ମାଓ ସାବଗ୍ରୀ ସହିତ ମାରଣାସ୍ତ୍ର ମଧ୍ୟ ଜବତ କରିବାରେ ସୁରକ୍ଷା କର୍ମୀ ସଫଳ ହୋଇଥିଲେ। ବର୍ତ୍ତମାନ ମଧ୍ୟ ଜିଲାର ବିଭିନ୍ନ ମାଓ ଅଞ୍ଚଳ ମାନଙ୍କରେ କମ୍ବଂ ଅପରେସନ ଜୋରଦାର ଚାଲିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories