www.samajalive.in
Monday, December 8, 2025
14.1 C
Bhubaneswar

ଉଦ୍ଧାରକାରୀ ମିନିଟ୍ରକ୍‌ ଘଟାଇଲା ଦୁର୍ଘଟଣା, ପାଚେରୀରେ ଚାପି ହୋଇଗଲେ ମହିଳା

ଆଠଗଡ: ଆଠଗଡ ହାଉସିଂବୋର୍ଡ ଛକଠାରେ ମଙ୍ଗଳବାର ସକାଳ ପ୍ରାୟ ୬.୩୦ମିନିଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ଏକ କ୍ରେନଲଗା ମିନିଟ୍ରକ ଭୁବନେଶ୍ୱରରୁ ଫେରୁଥିବାବେଳେ ଚାଳକର ଆଖି ଲାଗିଯିବାରୁ ଗାଡିଟି ରାସ୍ତାର ଡାହାଣ ପଟକୁ ମାଡିଯାଇ ସଂପୃକ୍ତ ମହିଳାଙ୍କୁ ଏକ ପାଚେରୀରେ ଚାପି ଦେଇଥିଲା। ରାଧାଗୋବିନ୍ଦପୁରର ସୁଶାନ୍ତ କୁମାର ସାହୁଙ୍କ ପତ୍ନୀ ସୁଷମା ପ୍ରତିଦିନ ପରି ଭୋର ସମୟରେ ଫୁଲତୋଳା ପରେ ମଙ୍ଗଳା ମନ୍ଦିରରେ ଦେଇ ଘରକୁ ଫେରୁଥିବା ବେଳେ ଏପରି ଦୁଃଖଦ ଘଟଣା ଘଟିଥିଲା। ସୁଷମାଙ୍କୁ ଉକ୍ତ ଉଦ୍ଧାରକାରୀ କ୍ରେନଲଗା ମିନିଟ୍ରକଟି ଧକ୍କାକରି ଡାହାଣ ପଟେ ଥିବା ଡାକ୍ତର ଭବାନୀ ଶଙ୍କର ତ୍ରିପାଠୀଙ୍କ ପାଚେରୀରେ ପିଟି ହୋଇଯାଇଥିଲା ପାଚେରୀ ଓ ଗାଡି ମଧ୍ୟରେ ସଂପୃକ୍ତ ମହିଳା ଚାପିହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସ୍ୱର୍ଗତ ଡାକ୍ତର ତ୍ରିପାଠୀଙ୍କର ପାଚେରୀ ଭାଙ୍ଗିବା ସହ ଘରର ମଧ୍ୟ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ସଂପୃକ୍ତ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନା ନେବା ପରେ ବ୍ୟବଚ୍ଛେଦ କରାଇ ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିବା ଜଣାପଡିଛି। ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରାଯାଇ ପାରିନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories