କାମ କରୁନି ଏଟିଏମ୍‌ ମେସିନ; ସାଧାରଣରେ ଅସନ୍ତୋଷ

କାମାକ୍ଷାନଗର: କାମାକ୍ଷାନଗର ସହରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ ମେସିନ ଅଚଳ ହୋଇ ପଡ଼ିରହିଛି ।  ଏଟିଏମ ମେସିନ ଖରାପ ଥିବାରୁ ଅନେକ ବ୍ୟବସାୟୀ ଓ ସାଧାରଣ ​‌ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସହରର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରେ ଥିବା ଟଙ୍କା ଭର୍ତ୍ତି କରିବା ସକାଶେ ଏକ ଏଟିଏମ ରହିଛି l ଏଥିରେ ବହୁ ବ୍ୟବସାୟୀମାନଙ୍କୁ ପ୍ରତ୍ୟହ ଟଙ୍କା ଭର୍ତ୍ତି କରିବାକୁ ସୁବିଧା ହୋଇଥାଏ l କିନ୍ତୁ ଗତ ୭ ଦିନ ଧରି ଏଟିଏମ ଅଚଳ ହୋଇ ପଡିଥିବାରୁ ବହୁ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି l

Comments are closed.