ଦଣ୍ଡାଧାର ବାମକେନାଲରେ ୫୦ ଫୁଟର ଘାଇ: ବହୁ ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ
କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କରଗୋଲା ପଂଚାୟତର ସସାପସି ଗ୍ରାମ ଦେଇ ଯାଇଥିବା ଦଣ୍ଡାଧାର କେନାଲରେ ଗୁରୁବାର ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ବହୁ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଖବରପାଇ ବିଭାଗୀୟ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଜଳମଗ୍ନ ହୋଇଥିବା ଜମିର ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି। ଏଥି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଜମି ଜଳମଗ୍ନ ହୋଇ ରହିଥିବା ବେଳେ ଏବେ କେନାଲରେ ଘାଇହୋଇ ଜଳମଗ୍ନ ହେବାରୁ ବେଡ଼ି ଉପରେ କରଡ଼ା ସଦୃଶ ହୋଇପଡିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦୃଢ ଦାବି ହୋଇଛି।
Comments are closed.