www.samajalive.in
Saturday, December 6, 2025
26.1 C
Bhubaneswar

ଅନୁଗୋଳ ଠାରୁ ସୁକିନ୍ଦା ରେଳପଥରେ ପରୀକ୍ଷା ମୂଳକ ଭାବେ ଚାଲିଲା ଯାତ୍ରୀବାହୀ ଟ୍ରେନ

କାମାକ୍ଷାନଗର : ଦୀର୍ଘ ବର୍ଷ ପରେ କାମାକ୍ଷାନଗର ଦେଇ ଚାଲିଲା ଅନୁଗୁଳ-ଡୁବୁରି ଯାତ୍ରୀବାହୀ ଟ୍ରେନ । ପରୀକ୍ଷା ମୂଳକଭାବେ ଶୁଭାରମ୍ଭ କଲେ ଇଷ୍ଟ କୋଷ୍ଟ ରେଳ ନିର୍ବାହୀ ନିର୍ଦେଶକ। ଭାରତ ସରକାରଙ୍କ ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହଯୋଗରେ ଏ ଅଞ୍ଚଳରେ ବାଣିଜ୍ୟ ଓ ଯାତାୟାତ ସୁବିଧା ପାଇଁ ଅନୁଗୋଳ ଜିଲା ବୁଢ଼ାପଙ୍ଗ ଷ୍ଟେସନରୁ କାମାକ୍ଷାନଗର ଦେଇ ଯାଜପୁର ଜିଲ୍ଲା ବାଘୁଆ ପାଳ ଷ୍ଟେସନ ପର୍ୟ୍ୟନ୍ତ ରେଳ ଲାଇନ ସଂଯୋଗ କରାଯାଇଛି । ୧୯୯୬ ମସିହାରେ ଅନୁଗୁଳ ସୁକିନ୍ଦା ୯୨କି-ମି କୁ ତତ୍କାଳୀନ ରେଳ ବିଭାଗ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ଦ୍ୱାରା କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଶିଳାନ୍ୟାସ କରିଥିଲେ । ବହୁ ପ୍ରତିକ୍ଷୀତ ପରେ ଏବେ କେନ୍ଦ୍ର ବିଜେପି ସରକାରଙ୍କ ଶିକ୍ଷା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଉଦ୍ୟମରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାଧ୍ୟମରେ ରେଳପଥ କାର୍ୟ୍ୟସଫଳ ରୂପାୟନ ହୋଇଥିବା ଜଣାପଡିଛି । ଇଷ୍ଟ କୋଷ୍ଟ ରେଳ ବିକାଶ ନିଗମର ନିର୍ବାହୀନିର୍ଦେଶକ ସରୋଜ କୁମାର ପାତ୍ର ପତାକା ହଲାଇ ବୁଢ଼ାପଙ୍ଗ ଷ୍ଟେସନ ଠାରେ ପରୀକ୍ଷା ମୂଳକ ଭାବେ ଏକ ଯାତ୍ରୀବାହୀ ଟ୍ରେନକୁ ଶୁଭାରମ୍ଭ କରିଥିଲେ। ରେଳ ସଂଯୋଗର ମୁଖ୍ୟ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ମହାନ୍ତି, ସାଧାରଣ ପ୍ରକଳ୍ପ ପରିଚାଳକ କିଶୋରୀ ମୋହନ ମିଶ୍ର, ପୂର୍ବତଟ ରେଳ ପଥର ମୁଖ୍ୟ ସୁରକ୍ଷା ଅଧିକାରୀ, ମୁଖ୍ୟ ଧାରଣା ଯନ୍ତ୍ରୀ, ମୁଖ୍ୟ ବିଦ୍ୟୁତ ସମ୍ପ୍ରସାରଣ ଯନ୍ତ୍ରୀ, ମୁଖ୍ୟ ସଙ୍କେତ ଯନ୍ତ୍ରୀ, କାମାକ୍ଷାନଗର ଦାଇତ୍ଵରେ ଥିବା ରେଳ ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି, ସିଗ୍‌‌ନାଲ ଗୃହ ପରିଦର୍ଶନ ରେଳ ଧାରଣା ନିରୀକ୍ଷଣ, ବିଦ୍ୟତୁ ସଂଯୋଗ କାର୍ୟ୍ୟ ପରିଦର୍ଶନ କରି ସେହି ଟ୍ରେନରେ ବାଘୁଆ ପାଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲେ। କାମାକ୍ଷାନଗର ଅଂଚଳରେ ଯାତ୍ରୀବାହି ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ କୃତଜ୍ଞତା ସହ ଖୁସି ବ୍ୟକ୍ତ ଅଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories